Latest Odisha News

BREAKING NEWS

୧୨୯ ବର୍ଷ ହେଲାଣି ଏହି ପରିବାର ତିଆରି କରୁଛନ୍ତି କ୍ରିକେଟରଙ୍କ ପସନ୍ଦର ବ୍ୟାଟ୍

ଏବେ ଚାରିଆଡେ ଆଇସିସି ବିଶ୍ୱକପ୍ ୨୦୨୩ର କ୍ରେଜ୍ । କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହିସବୁ ବ୍ୟାଟ୍‌କୁ ୧୨୯ ବର୍ଷ ହେଲାଣି ଏମିତି ଏକ ପରିବାର ତିଆରି କରୁଛନ୍ତି ।

୧୮୯୪ରେ ଜୈସି ସାମୁଏଲ ରାଇଟ୍ ଆରମ୍ଭ କରିଥିବା ଜେଏସ୍ ରାଇଟ୍ ଆଣ୍ଡ ସନ୍ସ ହେଉଛି ଦୁନିଆର ସବୁଠାରୁ ପୁରୁଣା କ୍ରିକେଟ ବ୍ୟାଟ୍ କମ୍ପାନୀ । ବିଶ୍ୱର ପ୍ରାୟ ୭୫% କ୍ରିକେଟ ବ୍ୟାଟ୍‌କୁ ଏହି କମ୍ପାନୀ ସାଲିକ୍ସ ଅଲବା ସେରୁଲା ଗଛର କାଠରୁ ପ୍ରସ୍ତୁତ କରିଥାଏ । ୧୨୯ ବର୍ଷ ପୁରୁଣା ଏହି କମ୍ପାନୀ ଏବେ ବି ଗୋଟିଏ ପରିବାର ନିକଟରେ ଅଛି । ଏହା ଦୁନିଆର ଲୋକପ୍ରିୟ କ୍ରିକେଟ ବ୍ୟାଟ୍ ନିର୍ମାତାମାନଙ୍କୁ ହାଇ କ୍ୱାଲିଟିର କାଠଖଣ୍ଡ ବିକ୍ରି କରିଥାଏ । ବର୍ଷକୁ ଏହାର ବିକ୍ରି ପ୍ରାୟ ୯୫ କୋଟି ଟଙ୍କା । କହିବାକୁ ଗଲେ ଏହା ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ବ୍ୟାଟ୍ କମ୍ପାନୀ ଭାବେ ବେଶ୍ ପରିଚିତ । ଏହା ପ୍ରତିବର୍ଷ ହଜାର ହଜାର କ୍ରିକେଟ ବ୍ୟାଟ୍‌ର ସପ୍ଲାଏ କରିଆସୁଛି । ସବୁଠୁ ବଡ଼ କଥା, ଏହାକୁ ନେଇ ଜେଏସ୍ ରାଇଟ୍ ଦେଶରେ ପ୍ରତି ବର୍ଷ ୩୦,୦୦୦ ଗଛ ମଧ୍ୟ ଲଗାଉଛି ।

Comments are closed.