Latest Odisha News

ସହଭାଗୀ ମୂଲ୍ୟବୋଧ ଏବଂ ରଣନୈତିକ ସ୍ୱାର୍ଥ ଉପରେ ଆଧାରିତ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ : ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ନିମନ୍ତେ ଭାରତର ପ୍ରମୁଖ ଶିଳ୍ପ ସଂଗଠନ ଫେଡେରେସନ୍ ଅଫ ଇଣ୍ଡିଆନ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଫିକି-ଫୋରମ୍ ସାଂସଦଙ୍କ ଏକ ପ୍ରତିନିଧି ଦଳ ଟୋକିଓ ଗସ୍ତରେ ଯାଇଛନ୍ତି ।

ମାନ୍ୟବର ସାଂସଦ ଶ୍ରୀ ରାଜୀବ ପ୍ରସାଦ ରୁଡ୍ଡୀଙ୍କ ନେତୃତତ୍ୱରେ ଭାରତର ବିଭିନ୍ନ ରାଜନୈତିକ ପାର୍ଟିର ସାଂସଦମାନଙ୍କ ଏହି ପ୍ରତିନିଧି ଦଳ ୩ ଦିନିଆ ଗସ୍ତରେ ଜାପାନ ଯାଇଛନ୍ତି । ଏହି ଗସ୍ତରେ ଦଳ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଏବଂ ଅର୍ଥନୀତି, ବ୍ୟାପାର ଓ ପୁଞ୍ଜି ବିନିଯୋଗ ବିଭାଗର ମନ୍ତ୍ରୀ ୟାସୋତୋସି ନିଶିମୁରା, ଭାରତ ପ୍ରତି ଆଗ୍ରହ ରଖୁଥିବା ଜାପାନ ସାଂସଦ ପ୍ରତିନିଧି ଦଳ ‘ଗଣେଷ’ ଗ୍ରୁପ୍ ଏବଂ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ଫିକିର ସଭାପତି ଓ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ, “ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ବେଶ ଗୁରୁତ୍ୱ ବହନ କରୁଛି ଓ ସହଭାଗୀ ମୂଲ୍ୟବୋଧ ଓ ଯୋଜନାବଦ୍ଧ କାର୍ଯ୍ୟପନ୍ଥା  ଯୋଗୁଁ ଏହା ଅଧିକ ନିବିଡ଼ ହୋଇପାରିଛି । ଉଭୟ ବହୁପକ୍ଷୀୟ ଓ ଦ୍ୱିପାକ୍ଷିକ ସ୍ତରରେ ଅନେକ କାର୍ଯ୍ୟକଳାପ ଯୋଗୁଁ ଏହା ଅଧିକ ସୁଦୃଢ ହୋଇଛି । ବ୍ୟବସାୟିକ ସମ୍ଭାବନାର ସମ୍ପୁର୍ଣ୍ଣ ସଦ୍‌ଉପଯୋଗ ପାଇଁ ବିଶେଷ ଭାବେ ଉଭୟ ପକ୍ଷର ବ୍ୟବସାୟିକ ଅଂଶୀଦାରମାନଙ୍କୁ ଏକତ୍ର ଆଣିବା ଦିଗରେ ଫିକି କାର୍ଯ୍ୟ କରିବ ।”

Comments are closed.