ନୂଆଦିଲ୍ଲୀ: ଆଜିକାଲି ମନରେ ଯେକୌଣସି ପ୍ରଶ୍ନ ଆସେ ଆମେ ତୁରନ୍ତ ଗୁଗୁଲକୁ ଯାଇ ସର୍ଚ୍ଚ କରିଥାଉ। ଯେକେୌଣସି ଛୋଟ-ବଡ଼ ବିଷୟ ଜାଣିବାକୁ ହେଲେ ଗୁଗୁଲର ସାହାଯ୍ୟ ନେଇଥାଉ। କିନ୍ତୁ ସବୁବେଳେ ଗୁଗୁଲର ସାହ୍ଯାଯ୍ୟ ନେବା କେତେ ଦୂର ଠିକ୍, କେବେ ଆପଣ ଚିନ୍ତା କରିଛନ୍ତି ? ଏପରି ପ୍ରତ୍ୟେକ ପ୍ରଶ୍ନ ସର୍ଚ୍ଚ କରିବା ପୂର୍ବରୁ ଆପଣଙ୍କୁ ଟିକେ ସତର୍କ ରହିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ କହିବୁ, ଯାହା ଜାଣିବା ପରେ ଆପଣ ପରବର୍ତ୍ତୀ ସମୟରେ ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବେ।
ଆପଣ ନିଶ୍ଚୟ ଶୁଣିଥିବେ ଯେ ‘ଆ ବଳଦ ମୋତେ ବିନ୍ଧ’। ଏଠାରେ ଏହି କଥାର ଅର୍ଥ ହେଉଛି ଗୁଗୁଲରେ ଆପଣ ଏପରି କିଛି ତଥ୍ୟ ଖୋଜିବେ, ଯାହା ପରେ ଆପଣ ନିଜେ ହିଁ ଅସୁବିଧାରେ ପଡିଯିବେ। ଗୁଗୁଲ୍ ସର୍ଚ୍ଚ ସାହାଯ୍ୟରେ ଯଦି ଆପଣ ଇଣ୍ଟରନେଟରେ କିପରି ବୋମା ତିଆରି କରିବେ ତାହାର ପଦ୍ଧତି ଖୋଜୁଛନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଏହି ପରି କିଛି ଖୋଜିବା ଆପଣଙ୍କୁ ସୁରକ୍ଷା ଏଜେନ୍ସିର ରାଡାରରେ ରଖିପାରେ ଏବଂ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଯଦିଓ ଅଶ୍ଳୀଳ ଭିଡିଓ ଦେଖାଉଥିବା ସାଇଟଗୁଡିକ ଭାରତରେ ଅବରୋଧିତ ହୋଇଛି, ଗୁଗୁଲ୍ ସର୍ଚ୍ଚ ସାହାଯ୍ୟରେ ଅଶ୍ଳୀଳ ବିଷୟବସ୍ତୁ ଖୋଜିବା ମଧ୍ୟ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଆପଣଙ୍କ ଏହି ଗୋଟିଏ ଛୋଟ ଭୁଲ ଆପଣଙ୍କୁ ଜେଲକୁ ପଠାଇପାରେ।
ଫିଲ୍ମ ପାଇରେସି-
ଫିଲ୍ମ ପାଇରେସି ଏକ ଅପରାଧ। ଯଦି ଆପଣ ଗୁଗୁଲ୍ ସର୍ଚ୍ଚ ସାହାଯ୍ୟରେ ପାଇରେସି ସହ ଜଡିତ କିଛି ତଥ୍ୟ ଖୋଜନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଭାରତରେ ଫିଲ୍ମ ପାଇରେସି ବେଆଇନ। ତେଣୁ ଗୁଗୁଲରେ ଏହିପରି କିଛି ଖୋଜିବା ଆପଣଙ୍କୁ ଅଧିକ ଚିନ୍ତାରେ ପକାଇପାରେ। ଆପଣଙ୍କୁ ଜେଲ ଯିବାକୁ କିମ୍ବା ଜରିମାନା ଦେବାକୁ ପଡିପାରେ।
ଧ୍ୟାନ ଦିଅନ୍ତୁ-
ଉପରୋକ୍ତ କେବଳ ତିନୋଟି ଜିନିଷ ନୁହେଁ ଯାହା ଗୁଗୁଲରେ ସନ୍ଧାନ କରିବା ମହଙ୍ଗା ପଡିପାରେ, ଏହା ବ୍ୟତୀତ ଆହୁରି ଅନେକ ଜିନିଷ ଅଛି ଯାହା ଆପଣ ଯଦି ଖୋଜିବ ତେବେ ଆପଣଙ୍କୁ ସିଧା ଜେଲ ଯିବାକୁ ପଡିପାରେ। ଏପରି ପରିସ୍ଥିତିରେ, ପରବର୍ତ୍ତୀ ସମୟରେ ଗୁଗୁଲ୍ ସର୍ଚ୍ଚ ବ୍ୟବହାର କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବେ।
Comments are closed.