Latest Odisha News

BREAKING NEWS

ଭାଷା ଭାଗବତ : ନିଷ୍ଠା ବିହୀନ ଚେଷ୍ଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅହଂ, ଈର୍ଷା ଦିଅଂତି ସ୍ରଷ୍ଟା
ମାରିବା ପାଇଁ କରି ଚେଷ୍ଟା
ଆମେ ମିଶାଉନାହୁଁ ନିଷ୍ଠା
ତେଣୁ ତ ମିଳେନି ପ୍ରତିଷ୍ଠା

ପରଶ୍ରୀକାତର ଦୁର୍ଗୁଣ
ପାଣି ସହ ଯେମିତି ଲୁଣ
ଚଂଚଳ ହୋଇଲେ ବିଲୀନ
ସୁଂଦର ହେବ ଏ ଜୀବନ

ମନୁଷ୍ଯ ଜୀବନ ନିଖୁଣ
ଏଯାଏଁ ନ ହେବାରୁ, ଜାଣ
ସର୍ବଦା ରହୁଛି ବିଷଣ୍ଣ
ଭାଂଗିଯାଉଛି ସବୁ ଟାଣ

କାହାକୁ ନ ବୁଝାଇ, ବୁଝ
ନିଜେ ପୂର୍ବର ଋଣ ସୁଝ
ଜିଇଁବା ହେବ ସୁଖଭରା
ଉଲ୍ଲାସ ହେବ ଅପାସୋରା

ପୁରୁଣା ସହ ଥିଲେ ଲାଖି
ନୂତନ କିଛି ମିଳିଛି କି?
ଅଲୋଡ଼ା କଲେ ପରିତ୍ୟାଗ
ପାଖକୁ ଆସିବ ସୁଯୋଗ

ଗ୍ରହଣଶୀଳ ଜଣେ କବି
ହୁଅଇ ଅତ୍ୟଂତ ପ୍ରଭାବୀ
ସାହିତ୍ୟ ନୁହେ ଶବ୍ଦଖେଳ
ଘଟାଏ ଭାବ-ଭାଷା ମେଳ

Comments are closed.