Latest Odisha News

ଓଡ଼ିଶା ହ୍ୟାଣ୍ଡ୍‌ବଲ କ୍ରୀଡ଼ାରେ ଯୋଡି ହେବ ଆଉ ଏକ ଫର୍ଦ୍ଦ, ଏସିଆନ ପୁରୁଷ ହ୍ୟାଣ୍ଡବଲ ଅଲିମ୍ପିକରେ ଆର୍ଯ୍ୟନ ବ୍ରାହ୍ମିନ

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ ଆଉ ଏକ କୀର୍ତ୍ତିମାନର ଅଧିକାରୀ ହେବାକୁ ଯାଉଛନ୍ତି। ଆର୍ଯ୍ୟନ ବ୍ରାହ୍ମିନ ଭାରତୀୟ ପୁରୁଷ ହ୍ୟାଣ୍ଡବଲ ଦଳରେ ସ୍ଥାନ ପାଇ ଇତିହାସ ରଚିଛନ୍ତି। ଆର୍ଯ୍ୟନ ଏସିଆନ ପୁରୁଷ ହ୍ୟାଣ୍ଡବଲ ଅଲିମ୍ପିକ ଯୋଗ୍ଯତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଆର୍ଯ୍ୟନଙ୍କ ଯୋଗୁଁ ଓଡିଶା ହ୍ୟାଣ୍ଡବଲରେ ଆଉ ଏକ ଫର୍ଦ୍ଦ ଯୋଡି ହେବାକୁ ଯାଉଛି। ଏହି ପ୍ରତିଯୋଗିତା କାତାରର ଦୋହାଠାରେ ଚଳିତ ମାସ ୧୮ ରୁ ୨୮ ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଏସିଆ ମହାଦେଶର ୧୩ ଟି ଦେଶ ଭାଗ ନେବେ।

ନିକଟରେ ଆର୍ଯ୍ୟନ ଯୁନିଫାଏଡ ହ୍ୟାଣ୍ଡବଲ ସ୍ପେଶାଲ ଅଲମ୍ପିକ ଜାତୀୟ ଶିବିରରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିଲେ। ଖେଳରେ ଭଲ ପ୍ରଦର୍ଶନ କରି ମଧ୍ଯ ଆର୍ଯ୍ୟନଙ୍କୁ ଉଦ୍ଦେଶ୍ଯମୂଳକ ଭାବେ ଜାତୀୟ ଦଳରୁ ବାଦ ଦିଆଯାଇଥିଲା। ଆର୍ଯ୍ୟନ ଏଥିରେ ବିଚଳିତ ନହୋଇ ନିଜର ଅଭ୍ଯାସ ଜାରି ରଖି ଏହି ସଫଳତା ହାସଲ କରିଛନ୍ତି। ଆର୍ଯ୍ୟନଙ୍କ ଏହି ସଫଳତା ପାଇଁ ଓଡିଶା ରାଜ୍ଯ ହ୍ୟାଣ୍ଡବଲ ସଂଘର ସମ୍ପାଦକ ଇଂ ମାନସ କୁମାର ସିଂ, ସଭାପତି ବିପ୍ଳବ ଚୌଧୁରୀ, କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାସ, ଭୁବନେଶ୍ବର ହ୍ୟାଣ୍ଡବଲ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଗୁରୁ(ପିତା) ଗୌରୀଶଙ୍କର ମିଶ୍ର ଆର୍ଯ୍ୟନଙ୍କୁ ଶୁଭେଚ୍ଛା ଓ ଶୁଭକାମନ ଜଣାଇଛନ୍ତି।

Comments are closed.