ଇଣ୍ଡୋନେସିଆ: ପୃଥିବୀର ବିଭିନ୍ନ ଦେଶରେ ଏପରି ଅନେକ ରୀତିନୀତି ଏବଂ ପରମ୍ପରା ଅଛି, ଯାହା ବେଳେବେଳେ ବୁଝିବା କଷ୍ଟକର ହୋଇପଡ଼େ । ତେବେ ଇଣ୍ଡୋନେସିଆର ଏକ ନିର୍ଦ୍ଦିଷ୍ଟ ଦ୍ୱୀପରେ ଉପସ୍ଥିତ ଏକ ଜନଜାତିର ଲୋକ ମଧ୍ୟ ସେହିଭଳି କିଛି ପ୍ରଥା ଅନୁସରଣ କରନ୍ତି,ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏଠାରେ ସମାଧି ପରେ ମୃତ ବ୍ୟକ୍ତିଙ୍କ ଶବକୁ ବାହାରକୁ କାଡ଼ି ପୋଷାକ ବଦଳାଇବା ସହିତ ଯତ୍ନ ନେଇଥାନ୍ତି ।
ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ବସବାସ କରୁଥିବା ଜନଜାତିର ଲୋକେ ଏହି ପରମ୍ପରା ମାନି ଆସୁଛନ୍ତି । ଏଠାରେ ରହୁଥିବା ଟୋରଜାନ୍ ଲୋକମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ମଧ୍ୟ ମୃତ ବୋଲି ଭାବନ୍ତି ନାହିଁ । ସେମାନେ ମୃତ ଶରୀରକୁ ସପ୍ତାହ, ମାସ ଏବଂ ବେଳେବେଳେ ବର୍ଷେ ଧରି ମମି କରି ରଖିଥାନ୍ତି ।
ଟୋରାଜନ ଲୋକମାନେ ମୃତ ଲୋକଙ୍କୁ ଅସୁସ୍ଥ ଏବଂ ଶୋଇଥିବା ଲୋକ ବୋଲି ଭାବନ୍ତି । ସେମାନେ ମୃତ ଶରୀରକୁ ଠିକ୍ ସମୟରେ ଖାଦ୍ୟ ଦିଅନ୍ତି, ସେମାନଙ୍କୁ ପରିଷ୍କାର ପୋଷାକ ପରିଧାନ କରନ୍ତି ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି । ଲୋକମାନେ ମୃତଦେହକୁ ଆର୍ôଥକ ଅବସ୍ଥା ଅନୁଯାୟୀ ଘରେ ରଖିଥା’ନ୍ତି । ଗରିବ ଲୋକମାନେ ଶୀଘ୍ର ଶେଷ ରୀତିନୀତି କରୁଥିବାବେଳେ ଧନୀ ଲୋକମାନେ ସେମାନଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଘରେ ମମି ଭାବରେ ରଖିଥାନ୍ତି । ସେମାନଙ୍କର ଶେଷ ବିଦାୟ ଦେବାର ଉପାୟ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ସେମାନେ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ପରେ ଆତ୍ମା ଛାୟା ରୂପରେ ଆକାଶକୁ ଫେରିଯାଏ । ଏହି ଲୋକମାନେ ଶେଷ ରୀତିନୀତି ପରେ ମଧ୍ୟ ପ୍ରତି ଦ୍ୱିତୀୟ ବର୍ଷରେ ଥରେ ଶବଗୁଡ଼ିକୁ ବାହାର କରି ସଫା କରନ୍ତି, ନୂତନ ପୋଷାକ ପରିଧାନ କରି ପୁନର୍ବାର ରଖିଥାନ୍ତି ।
Comments are closed.