Latest Odisha News

୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ

ଭୁବନେଶ୍ୱର: ଏକର କି ୨ ଏକର ନୁହେଁ, ପୁରା ୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ । ଏହି ସମୟରେ ଏନ୍ଫୋର୍ସମେଣ୍ଟ ଟିମ-ଜବରଦଖଲକାରୀ ମୁହାଁମୁହିଁ ହୋଇଥିବା ବେଳେ ଟେକାମାଡ ମଧ୍ୟ ହୋଇଥିଲା, ଏହା ସତ୍ତ୍ବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ବିଡିଏ। ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁରରେ।
କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ ମାଡି ବସିଥିଲେ ଚନ୍ଦ୍ରଶେଖରପୁରରେ । ଏହି ମୂଲ୍ୟବାନ ଜମିକୁ ଜବରଦଖଲ ମୁକ୍ତ କରିବାକୁ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ ପହଞ୍ଚିଥିଲେ ଘଟଣାସ୍ଥଳରେ ।

ତେବେ ଉଚ୍ଛେଦ ସମୟରେ ଟେକା ମାଡ ବି ଖାଇଲା ଟିମ୍ । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପାଇଥିଲା ହେଲେ ଏହାକୁ ଖାତିର ନକରି ବିଡିଏ ଉଚ୍ଛେଦ କରିବା ସହ ୪ ଏକର ଜମିକୁ ଜବରଦଖଲ ମୁକ୍ତ କରିଛି । ଜବରଦଖଲକାରୀମାନେ ବିଡିଏ ଏସ୍କାଭେଟରକୁ ଟେକା ପକାଇବାକୁ ପଛାଇନଥିଲେ ଟେକା ମାଡ଼ରେ ଏସ୍କାଭେଟର କାଚ ଭାଙ୍ଗିଯାଇଥିବା ବିଡିଏ ଅଧିକାରୀ କହିଛନ୍ତି । ପୋଲିସର ହସ୍ତକ୍ଷେପ ପରେ ଉକ୍ତ ପ୍ଲଟ ଗୁଡିକରେ ହୋଇଥିବା ବେଆଇନ ଘର ଗୁଡିକୁ ମାଟିରେ ମିଶାଇ ଦେଇଥିଲା ବିଡିଏ ।

ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ସାଧାରଣ ପ୍ରଶାସନ (ଜିଏ)ର ପ୍ଲଟ ନଂ-୪୫୯/୧୬୫୩, ୫୫୮/୧୯୮୮, ୫୫୮/୧୯୮୯, ୫୫୫, ୫୫୬, ୫୫୭, ୪୬୨, ୫୫୮, ୫୭୧, ୫୭୨, ୫୭୩, ୫୭୪, ୫୭୫, ୫୭୬, ୫୭୩/୧୯୫୧ରେ ଗଢି ଉଠିଥିଲା ଘର ଜିଏର ଭୂ-ସମ୍ପତ୍ତି । ଯୁଗ୍ମ କମିଶନର ତଥା ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ କରାଯାଇଛି।

ଏହି ଉଚ୍ଛେଦରେ ୨ଟି ଛାତ ଘର, ୧୨ଟି ଆଜବେଷ୍ଟସ ଘର, ୪ଟି ଶୌଚାଳୟ, ୨ଟି ଦୋକାନ ଓ ୧୦୦୦ପୁଟ ଲମ୍ବର ପାଚେରୀ ଭଙ୍ଗାଯାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ସେକ୍ସନ ରିଜର୍ଭ ପୋଲିସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା । ଉଚ୍ଛେଦ ବେଳେ ବିଡିଏ ଯୁଗ୍ମ କମିଶନର(ଏନଫୋର୍ସମେଣ୍ଟ) ରଞ୍ଜନ କୁମାର ଜେନା, ବିଡିଏ ଲ୍ୟାଣ୍ଡ ଅଫିସର ମୃତ୍ୟୁଞ୍ଜୟ ତ୍ରିପାଠୀ, ବିଡିଏ ଏନଫୋର୍ସମେଣ୍ଟ ଦେବରାଜ ସେଠୀ ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.