Latest Odisha News

ସାଥୀଙ୍କ ନିକଟରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା

ରୋମ: ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲାନୀ ତାଙ୍କ ପତ୍ରକାର ସାଥୀ ଆଣ୍ଡ୍ର‌୍ୟୁ ଜିିଓମ୍ବ୍ରୁନୋଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ଫଳରେ ୧୦ ବର୍ଷର ସମ୍ପର୍କ ଏବେ ଚ୍ଛିନ୍ନ ହୋଇଛି । ୪୬ ବର୍ଷୀୟର ମେଲାନୀ କିଛି ଦିନ ତଳେ ଅବଶ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଆମ ରାସ୍ତା ଏବେ ଅଲଗା ହୋଇଯାଇଛି । ଉଭୟ ୧୦ ବର୍ଷ ଏକତ୍ର ରହିଥିଲେ ମଧ୍ୟ ବିବାହ କରି ନ ଥିଲେ । ସେମାନଙ୍କ ଏକ ସାତ ବର୍ଷର ଝିଅ ମଧ୍ୟ ଅଛି । ଯେତିକି ଦିନ ଆମେ ଏକତ୍ର ଥିଲୁ ତାହା ସର୍ବଦା ସ୍ମରଣୀୟ ହୋଇ ରହିବ । କିଛି ଦିନ ତଳେ ଏକ ସାକ୍ଷାତକାରରେ ଜିିଓମ୍ବ୍ରୁନୋ କହିଥିଲେ, ମହିଳାମାନେ କମ ମଦ ପିଇଲେ ଦୁଷ୍କର୍ମଠାରୁ ଦୂରେଇ ରହିପାରିବେ । ତାଙ୍କର ଏହି ବୟାନ ବିବାଦ ସୃଷ୍ଟି କରିଥିଲା ।

ସମସ୍ତେ ସେ ସମୟରେ ଭାବିଥିଲେ ସେ ପରୋକ୍ଷରେ ମେଲାନୀଙ୍କ ସମ୍ପର୍କରେ ଏହା କହୁଛନ୍ତି । ମେଲାନୀ ଏହା ତାଙ୍କ ପାର୍ଟନରଙ୍କ ବ୍ୟକ୍ତିଗତ ବୟାନ ବୋଲି କହିଥିଲେ । ମେଲାନୀ ସୋସିଆଲ ମିଡିଆରେ ଲେଖିଥିଲେ, ମୁଁ ମୋ ମାଆର ସ୍ନେହ ପାଇନି । କିନ୍ତୁ ନିଜ ଝିଅକୁ ଏଥିରୁ ଦୂରେଇ ରଖିବି ନାହିଁ । ସର୍ବଦା ମୁଁ ତା ପାଇଁ ଉପଲବ୍ଧ ହେବି ବୋଲି ସେ ଲେଖିଥିଲେ ।

Comments are closed.