Latest Odisha News

ପ୍ରମିଳା ବିଶୋଇଙ୍କ ପରେ ବିଧାୟକ ଦେବୀ ମିଶ୍ର ୫ଟି ସଚିବ ପାଣ୍ଡିଆନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଯଦିଓ ବିଧାୟକ ଦେବୀ ମିଶ୍ର ନିଜ ଅଜାଣତରେ ଏହା କହିଛନ୍ତି ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗୁରୁବାର ଦିନ କଟକ ଜିଲ୍ଲାର ବଡମ୍ବାର କଚେରୀ ଗ୍ରାଉଣ୍ଡରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  । ସେଠାରେ ଭାଷଣ ପ୍ରସଙ୍ଗରେ ବିଧାୟକ କହିଥିଲେ, ବଡମ୍ବା ମାଟି ଐତିହ୍ୟ ଏବଂ ବୈଭବର ମାଟି ଯେଉଁଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପରି ଏକ ନୂତନ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଆମର ସମ୍ମାନିତ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କ ଦ୍ୱାରା କିଛି ସମୟ ପୂର୍ବରୁ ଏହି ନୂଆ ଯୋଜନା ଉଦଘାଟିତ ହୋଇଯାଇଛି । ହୁଏତ ବିଧାୟକ ଭୁଲରେ ଏହା କହିଥାଇ ପାରନ୍ତି । ତେବେ ଭୁଲ ସଂଶୋଧନ କରିବା ପାଇଁ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରୟାସ କରାଯାଇ ନଥିଲା ଯାହା ଉପସ୍ଥିତ ଜନତାଙ୍କୁ  ଆଶ୍ଚର୍ଯ୍ୟ କରିଥିଲା ।

ତେବେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ଏକ ଅଣ ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି କରାଯାଉଛି ।ମୋର ଭାଷଣରେ ଉଭୟେ ୫ଟି ସଚିବ ଏବଂ ସିଏମ ଉଭୟଙ୍କ ନାଁ ନେଇଥିଲି ।

ଅନ୍ୟପକ୍ଷେ ବିଜେପି ନେତା ମନୋଜ ପଣ୍ଡା କହିଛନ୍ତି, ବିଧାୟକ ଏପରି କହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ  । ଆଗାମୀ ନିର୍ବାଚନରେ ନିଜ ପାଇଁ ଟିକେଟ ନିଶ୍ଚିତ କରିବା ଲାଗି ଏପରି କରିଥିବେ ।

ଏଠି କହିରଖିବୁ, ଦେବୀ ମିଶ୍ର ୫ଟି ସଚିବଙ୍କୁ ମୁଖ୍ୟମନ୍ତ୍ରୀ କହିବା ପ୍ରଥମ ନେତା ନୁହଁନ୍ତି । ମେ‘ ୩୧ରେ ଆସ୍କା ସାଂସଦ ପ୍ରମିଳା ବିଶୋଇ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀରେ ଏକ ସାଧାରଣ ସଭାରେ ପାଣ୍ଡିଆନଙ୍କୁ ‘ଆମର ପ୍ରିୟ ମୁଖ୍ୟମନ୍ତ୍ରୀ’ ବୋଲି ସମ୍ବୋଧିତ କରିଥିଲେ ।

Comments are closed.