Latest Odisha News

BREAKING NEWS

ଏଲଆଇସି ପୁନଃ ଆରମ୍ଭ କରୁଛି ଏହି ପଲିସି, ମିଳିବ 30 ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ ଇନସୁରାନ୍ସ କର୍ପୋରେସନ (LIC) ବନ୍ଦ ରହିଥିବା ତା’ର ଏକ ପଲିସି ଲାପ୍ସଡ ପଲିସି (Lapsed Policy) କୁ ପୁନଃ ଆରମ୍ଭ କରିବାକୁ ଏକ ଅଭିଯାନ ଆରମ୍ଭ କରିଛି । ଏହା ମାଧ୍ୟମରେ, ଏଲଆଇସି ପ୍ରିମିୟମ ନଦେବାରୁ ବନ୍ଦ ହୋଇଯାଇଥିବା ପଲିସିକୁ ପୁନଃ ଆରମ୍ଭ କରିବାକୁ ଚେଷ୍ଟା କରୁଛି । ଯାହା ଦ୍ବାରା ପଲିସିଧାରୀଙ୍କୁ ଏହି ପଲିସିର ସମ୍ପୂର୍ଣ୍ଣ କଭରେଜ୍ ଏବଂ ଲାଭ ପାଇପାରିବେ। ଏଲଆଇସିର ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଅଭିଯାନ ସେପ୍ଟେମ୍ବର ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱତନ୍ତ୍ର ଅଭିଯାନ ଅଧୀନରେ, ଯଦି ଜଣେ ବ୍ୟକ୍ତି ତାଙ୍କର ବନ୍ଦ ହୋଇଥିବା ଏଲଆଇସିର ପଲିସି ଆରମ୍ଭ କରନ୍ତି, ତେବେ ତାଙ୍କୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯିବ ।

ଏଲଆଇସିର ଲାପ୍ସଡ ପଲିସି (Lapsed Policy) କିପରି ଆରମ୍ଭ କରିବେ?

ଯଦି କୌଣସି ବ୍ୟକ୍ତି ତାଙ୍କ ବୀମା ପଲିସିର ପ୍ରିମିୟମ ଠିକ୍ ସମୟରେ ପୈଠ ନକରନ୍ତି, ତେବେ ପଲିସିର ନିୟମ ଓ ସର୍ତ୍ତ ଅନୁସାରେ ଏହ ବନ୍ଦ ହୋଇଯିବ । ଯେପର୍ଯ୍ୟନ୍ତ ଏହାକୁ ଆପଣ ପୁନଃ ଆରମ୍ଭ ନକରିଛନ୍ତି । ବକେୟା ପ୍ରିମିୟମ ପ୍ରଦାନ କରି ଯେ କୌଣସି ବନ୍ଦ ହୋଇଥିବା ପଲିସିକୁ ସହଜରେ ପରିଶୋଧ କରାଯାଇପାରିବେ । ତଥାପି, ଏହା ସହିତ ଆପଣଙ୍କୁ ବକେୟା ପ୍ରିମିୟମ୍ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ମଧ୍ୟ ପ୍ରଦାନ କରିବାକୁ ପଡିବ ।

ବନ୍ଦ ପଡିଥିବା ଏହି ଲାପ୍ସଡ ପଲିସି (Lapsed Policy)କୁ ଆରମ୍ଭ କରିବାକୁ ଏଲଆଇସି (LIC)ର ଏହି ଅଭିଯାନ ଅଧୀନରେ, ବକେୟା ଶୁଳ୍କ ଉପରେ ରିହାତି ଦିଆଯାଉଛି । ଯଦି ଆପଣଙ୍କର ପ୍ରିମିୟମର ବକେୟା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୁଏ ତେବେ ଆପଣଙ୍କୁ ବକେୟା ଶୁଳ୍କ ଉପରେ ୩୦ ପ୍ରତିଶତ ରିହାତି ଏବଂ ସର୍ବାଧିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ । ଏଥି ସହିତ, ଯଦି ଆପଣଙ୍କର ଦେୟ ଲକ୍ଷ ୧ ଲକ୍ଷ 1 ଟଙ୍କାରୁ ୩ ଲକ୍ଷ ମଧ୍ୟରେ ଅଛି, ତେବେ ବିଳମ୍ବିତ ଶୁଳ୍କରେ ୩୦ ପ୍ରତିଶତ ରିହାତି ଏବଂ ସର୍ବାଧିକ ୩୫୦୦ ଟଙ୍କା ଛାଡ କରାଯିବ। ଏହା ବ୍ୟତୀତ, ଯଦି ବକେୟା ୩ ଲକ୍ଷ ଟଙ୍କା ଏବଂ ତା’ଠାରୁ ଅଧିକ ତେବେ ୩୦ ପ୍ରତିଶତ ରିହାତି ଏବଂ ସର୍ବାଧିକ ୪ ହଜାର ଟଙ୍କା ଛାଡ କରାଯିବ ।

ଏଲଆଇସି (LIC)ର ଲାପ୍ସଡ ପଲିସି (Lapsed Policy) ଆରମ୍ଭ କରିବାକୁ କ’ଣ କରିବେ ?

ଯଦି ଆପଣଙ୍କର ପଲିସି ବନ୍ଦ ହୋଇଯାଇଛି ଏବଂ ଆପଣ ଏହାକୁ ପୁନଃ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଲଆଇସି ଏଜେଣ୍ଟ ଏବଂ ଶାଖା ସହିତ ଯୋଗାଯୋଗ କରିବାକୁ ପଡିବ । ଏହା ବ୍ୟତୀତ, ଆପଣ ଅଧିକ ସୂଚନା ପାଇଁ ଲଆଇସି ର ଅଫିସିଆଲ ୱେବସାଇଟ୍ ସହିତ ଯୋଗାଯୋଗ କରିବାକୁ ପଡିବ ।

Comments are closed.