Latest Odisha News

ସମୁଦ୍ରକୂଳରେ ଲାଗିଲା ବିରାଟକାୟ ଜୀବ, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାଧାରଣତଃ ଗଭୀର ସମୁଦ୍ରରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାଏ । ଅଧିକାଂଶ ଜୀବଙ୍କ ସମ୍ପର୍କରେ ଜାଣିବା ସମ୍ଭବ ହୋଇ ନ ଥାଏ । ଏବେ ସେମିତି ପାପୁଆ ନ୍ୟୁ ଗିନିରେ ଏକ ବିରାଟକାୟ ସାମୁଦ୍ରିକ ପ୍ରାଣୀର ମୃତଦେହ ମିଳିଛି । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ବିଶାଳ ଜୀବ କେଉଁ ସାମୁଦ୍ରିକ ପ୍ରାଣୀ ସେ ବିଷୟରେ କେହି ଜାଣି ନ ଥିଲେ । ନ୍ୟୁ ଗିନିର ସମୁଦ୍ର କୂଳରେ ଥିବା ଏହି ରହସ୍ୟମୟ ଜୀବକୁ ‘ଜଳପରୀ’ ବୋଲି କୁହାଯାଉଛି ।

ଏହି ଅଦ୍ଭୁତ ପ୍ରାଣୀର ମୃତଦେହ ଦେଖି ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି ସେମାନେ ଏହାକୁ ଚିହ୍ନି ପାରି ନ ଥିଲେ । ଏହା କ’ଣ ବୋଲି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ଏକ ପ୍ରକାର ସାମୁଦ୍ରିକ ପ୍ରାଣୀ ବୋଲି ସେମାନେ କହିଛନ୍ତି । ତଥାପି ଲୋକମାନେ ଏହି ସମୁଦ୍ର ପ୍ରାଣୀ ବିଷୟରେ ଅନେକ କଳ୍ପନାଜଳ୍ପନା କରିଛନ୍ତି । କେହି କେହି ଏହାକୁ ବାଘ ମାଛ ବୋଲି କହୁଥିôବା ବେଳେ ଅନ୍ୟମାନେ ଏହାକୁ ସାର୍କ ଏବଂ ଜଳପରୀ ବୋଲି କହୁଛନ୍ତି ।

ଅନେକ ଜଳପରୀ ବାଘ କିମ୍ବା ସାର୍କ କିମ୍ବା ଅନ୍ୟ ସାମୁଦ୍ରିକ ଜୀବମାନଙ୍କର ଅବଶିଷ୍ଟାଂଶ ବୋଲି ବିଶ୍ୱାସ କରାଯାଏ । ଯାହା ସମୟ ସହିତ ନଷ୍ଟ ହୋଇଯାଇଥିଲା । ମୃତଦେହର ଅଂଶଗୁଡ଼ିକର କ୍ଷୟ ହେତୁ ଅଜବ ଆକୃତିର ରୂପ ନେଇଥିଲା । ଏହା ସିମ୍ବେରୀ ଦ୍ୱୀପରୁ ଆସିଥିଲା । ଶରୀରର ଅଧା ଅଂଶ ନଷ୍ଟ ହୋଇଯାଇଥିବାରୁ ପ୍ରକୃତରେ ଏହା କ’ଣ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା । ସୋସିଆଲ ମିଡିଆରେ ଏହି ଜୀବର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଲୋକେ ଏହାକୁ ଦେଖି ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।

Comments are closed.