Latest Odisha News

ତାଇବାନରେ ସକାଳୁ ସକାଳୁ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ତାଇପେ: ତାଇୱାନ ରାଜଧାନୀ ତାଇପେରେ ମଙ୍ଗଳବାର ସକାଳୁ ସକାଳୁ ଅନୁଭୂତ ହୋଇ ଯାଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏଥିସହିତ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ନିଉଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ଭୂକମ୍ପ ପ୍ରଭାବରେ ତାଇପେର ବଡ ବଡ ଅଟ୍ଟାଳିକାମାନ ହଲିବାକୁ ଆରମ୍ଭ କଲା । ଯଦିଓ କାହରି ମୃତାହତ ଖବର ମିଳିନାହିଁ କିମ୍ବା କୌଣସି ଜିନିଷ ନଷ୍ଟ ହୋଇଥିବା ଖବର ନାହିଁ ତେବେ କୋଠାମାନ ହଲିବା ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ । ଖୋଲା ସ୍ଥାନକୁ ସମସ୍ତେ ଦୌଡିବା ଆରମ୍ଭ କରିଥିଲେ ।

ତାଇବାନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଉପକୂଳ ନିକଟ ସମୁଦ୍ରରେ ଥିଲା ।

ଅନ୍ୟପକ୍ଷେ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜଧାନୀ କାଠମାଣ୍ଡୁରେ ଆଜି ଅର୍ଥାତ ମଙ୍ଗଳବାର ସକାଳ୪.୧୭ରେ ଏହି ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ବୋଲି ଜଣା ଯାଇଛି ।

 

Comments are closed.