Latest Odisha News

BREAKING NEWS

ଅନଲାଇନ ଠକେଇ ଏଡାଇବାକୁ ଆପଣାନ୍ତୁ ଏହି ଟିପ୍ସ, ସୁରକ୍ଷିତ ରହିବ ଟଙ୍କା ଓ ଡାଟା

ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟ ମଧ୍ୟରେ, ଅଧିକାଂଶ ଲୋକ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରନ୍ତି । ଆଉ ଏହି ସମୟରେ ମଧ୍ୟ ସକ୍ରିୟ ହୋଇଥାନ୍ତି ଅନଲାଇନ ଠକମାନେ । ଏମାନେ ବିଭିନ୍ନ କୌଶଳ କରି ଲୋକଙ୍କ ଟଙ୍କା ଠକି ନେବାକୁ ଚେଷ୍ଟା କରନ୍ତି । ଏପରି ପରିସ୍ଥିତିରେ, ଅନଲାଇନ୍ ସପିଂ କରିବା ସମୟରେ ଆପଣ କିପରି ଏପରି ଠକେଇରୁ ବର୍ତ୍ତିବେ ସେନେଇ କିଛି ଟିପ୍ସ ଜାଣିରଖିବା ଉଚିତ । ଯାହା ଦ୍ବାରା ଆପଣ ଏହି ଅନଲାଇନ ଠକଙ୍କ ଠାରୁ ବର୍ତ୍ତିପାରିବେ ।

ସତର୍କ ରୁହନ୍ତୁ…

ପ୍ରାୟତଃ ଦେଖାଯାଏଯେ, ପର୍ବପର୍ବାଣି ସମୟରେ ଠକମାନେ ଠକେଇ କରିବା ପାଇଁ ସପିଂ ୱେବସାଇଟ୍ ତିଆରି କରନ୍ତି । ଏହି କାରଣରୁ, ସବୁବେଳେ କେବଳ ବିଶ୍ବସନୀୟ ସପିଂ ୱେବସାଇଟରୁ କିଣିବା ଉଚିତ ।

ବିଶେଷ ଅଫରରୁ ସାବଧାନ ରୁହନ୍ତୁ…
ପାର୍ବଣ ସମୟରେ, ଠକମାନେ ପ୍ରାୟତଃ ଲୋକଙ୍କୁ କୌଶଳ କରି ନିଜ ଜାଲରେ ଫଶାଇବା ପାଇଁ ସ୍ୱତନ୍ତ୍ର ଅଫର ଦେଇ ପ୍ରଲୋଭିତ କରିଥାନ୍ତି । ଯଦି ଆପଣଙ୍କ ସାମ୍ନାକୁ ଏପରି କୌଣସି ଲିଙ୍କ୍ ଆସେ ଯେଉଁଥିରେ ଆପଣ କୌଣସି ଜିନିଷ କିଣିବାରେ ଶତପ୍ରତିଶତ କ୍ୟାସବ୍ୟାକ୍ କିମ୍ବା ନଗଦ ପୁରସ୍କାର ପାଇବେ, ତେବେ ଏହିପରି ଲିଙ୍କଠାରୁ ଦୂରରେ ରହିବା ଉଚିତ୍ ।

କାର୍ଡ ଟୋକନାଇଜେସନ୍ ବ୍ୟବହାର କରନ୍ତୁ…
ଯଦି ଆପଣ କୌଣସି ସପିଂ ସାଇଟରେ ସପିଂ କରୁଛନ୍ତି ତେବେ କାର୍ଡ ଟୋକନାଇଜେସନ୍ କରିବା ଭଲ । ଆପଣଙ୍କର ସୂଚନା ଇ-ବାଣିଜ୍ୟ ବିକ୍ରେତାଙ୍କ ନିକଟକୁ ଯାଏ ନାହିଁ ଏବଂ ଆପଣଙ୍କର ସପିଂ ମଧ୍ୟ ଶେଷ ହୋଇଥାଏ । ଆପଣ ଭର୍ଚୁଆଲ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ । ଏହିପରି ଭର୍ଚୁଆଲ କାର୍ଡଗୁଡିକ ଅନେକ ବ୍ୟାଙ୍କ ଦ୍ୱାରା ଆପ୍ ମାଧ୍ୟମରେ ପ୍ରଦାନ କରାଯାଇଥାଏ ।

ପାସୱାର୍ଡଗୁଡ଼ିକୁ ଦୃଢ ରଖନ୍ତୁ…
କୌଣସି ଆର୍ଥିକ ଠକେଇରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଆପଣଙ୍କର ପାସୱାର୍ଡକୁ ଦୃଢ ରଖିବା । ଏହା ସହିତ, ୟୁପିଆଇ ପାସୱାର୍ଡ (UPI PIN) ମଧ୍ୟ କାହାକୁ ଜଣାଇବା ଉଚିତ୍ ନୁହେଁ ।

ଅନେକଥର ଠକମାନେ ଜାଲ୍ ଲିଙ୍କ ଏବଂ ଋଣ ସମ୍ବନ୍ଧୀୟ ବାର୍ତ୍ତା ପଠାନ୍ତି । ଏହା ଉପରେ କ୍ଲିକ୍ କରିବା ଠାରୁ ଦୂରେଇ ରହିବା ଉଚିତ । ଏଥିସହ ସାଇବର କ୍ରାଇମ ଶାଖାରେ ଅଭିଯୋଗ କରାଯିବା ଉଚିତ । ଏହି ସମସ୍ତ ଟିପ୍ସ ଗ୍ରହଣ କରି, ଆପଣ ଏହି ପାର୍ବଣ ଋତୁରେ ଯେକୌଣସି ଆର୍ଥିକ ଠକେଇର ବିପଦକୁ ସହଜରେ ଏଡାଇ ପାରିବେ ।

Comments are closed.