Latest Odisha News

BREAKING NEWS

QR କୋଡରେ ସ୍କାନ କରୁଥିଲେ ସାବଧାନ ! ହୋଇପାରେ ଆକାଉଣ୍ଟ ଲୁଟ୍‌

ନୂଆଦିଲ୍ଲୀ: ଅନଲାଇନ ପେମେଣ୍ଟ ହେଉ ବା କୌଣସି ସେବା ଆକ୍ସେସ କରିବା ପାଇଁ ହେଉ, ଆମେ QR କୋଡ ସ୍କାନ କରିଥାଉ । ହେଲେ ସାବଧାନ ! ଏପରି ସ୍କାନ ପାଇଁ କେତେବେଳେ ଆପଣ ବଡ ଧରଣର ସ୍କାମରେ ପଡି ପାରନ୍ତି । ଗୋଟିଏ ସ୍କାନ ଆପଣଙ୍କର ସବୁ ଡାଟା ଚୋରି କରି ନେଇପାରେ । ତେବେ ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଲୋକଙ୍କୁ ଫସାଇବା ପାଇଁ ସ୍କାମର୍ସମାନେ ବିଭିନ୍ନ ପ୍ରକାର ଚାଲ ଚଳାଇଛନ୍ତି । ସାଇବର ସିକ୍ୟୁରିଟି କମ୍ପାନୀର କହିବା ଅନୁଯାୟୀ, ସ୍କାମର୍ସମାନେ ଲୋକଙ୍କୁ ଠକିବା ପାଇଁ ଫିଶିଂ ଲିଙ୍କର ସାହାରା ନେଉଛନ୍ତି । ସ୍କାମର୍ସମାନେ ଲୋକଙ୍କୁ QR କୋଡ ଇମେଲରେ ପଠାଇ ଲୋକଙ୍କୁ ଠକୁଛନ୍ତି । ଖାଲି ଇମେଲ ନୁହେଁ, ଅନ୍ୟ ଉପାୟରେ ବି ଠକୁଛନ୍ତି ।

ଏହି କ୍ୟୁଆର କୋଡ ଫିଶିଂ ଲିଙ୍କ ଏବଂ ସ୍କା ପେଜରେ ଇନକୋଡେଡ ହୋଇଥାଏ ।  ୟୁଜର୍ସ ଏହି କୋଡରେ ସ୍କାନ କରିବା କ୍ଷଣି ସ୍କାମର ଶିକାର ହୋଇଥାଏ ।ଆଉ କେତେକ କ୍ଷେତ୍ରରେ ଦେଖାଯାଉଛି, ସ୍କାମର୍ସ  ଗିଫ୍ଟ କିମ୍ବା ରିଟର୍ଣ୍ଣ ନାମରେ ୟୁଜର୍ସଙ୍କୁ ଫସାଇଥାଏ ।

ଯଦି କେହି ୟୁଜର୍ସ ଗିଫ୍ଟ କିମ୍ବା ରିଟର୍ଣ୍ଣ ପାଇଁ କ୍ୟୁଆର କୋଡ ସ୍କାନ କରିଥାଏ ତେବେ ତାକୁ ପାସୱାର୍ଡ ଏଣ୍ଟର କରିବାକୁ ପଡିଥାଏ । ଯଦି ପାସୱାର୍ଡ ଏଣ୍ଟର କରିଦେଲେ ତେବେ ଆପଣ ସ୍କାମର ଶିକାର ହେବା ନିଶ୍ଚିତ । କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ଗିଫ୍ଟ ମିଳିବନି ବରଂ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ ।

ଆପଣ ଦେଖିଥିବେ, ଦୋକନରେ ଅନେକ ଗୁଡିଏ QR କୋଡ ଲାଗିଥାଏ । ସ୍କାମର୍ସ ଏହା ଭିତରେ ଫେସ କୋଡ ମଧ୍ୟ ଲଗାଇ ଦେଇଥିବେ । ଯେମିତି ଆପଣଙ୍କ ପେମେଣ୍ଟ ଆଉ କାହା ଆକାଉଣ୍ଟକୁ ଚାଲିଯିବ । ଏଫବିଆଇ ଏହାକୁ ନେଇ ସତର୍କ ସୂଚନା କରିଛି । ଆମେରିକା ଏଜେନ୍ସି ଏଫବିଆଇ କହିଛି, ଅନେକ ଥର ସ୍କାମର୍ସ ଅସଲି QR କୋଡ ଉପରେ ନକଲି କୋଡ ଲଗାଇ ଦେଇଥାନ୍ତି ।

ଏଫବିଆଇ କହିବା ମୁତାବକ, କୋଡ ସ୍କାନ କରବା ପରେ ମୋବାଇଲ ହ୍ୟାକ ହୋଇଯାଉଛି । ମୋବାଇଲ ଡାଟା ହ୍ୟାକର୍ସଙ୍କ ପାଖକୁ ଚାଲିଯାଏ ।

Comments are closed.