Latest Odisha News

ପୁରୀରେ ଅନୁଷ୍ଠିତ ହେବ ୪୪ତମ କୁମାର ଉତ୍ସବ: ମନମୋହିବ ସମ୍ବଲପୁରୀ ଲୋକନୃତ୍ୟ ସାଙ୍ଗକୁ କଣ୍ଠଶିଳ୍ପୀ ତାରିକ୍ ଅଜିଜଙ୍କ ସୁମଧୁର ସଙ୍ଗୀତ

ପୁରୀ: ଆସୁଛି କୁମାର ପୂର୍ଣ୍ଣିମା  । ଏହି ଅବସରରେ ତାରିଖରେ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ଆନୁକୁଲ୍ୟରେ ୪୪ ତମ କୁମାର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହା ୨୮ ଏବଂ ୨୯ ଦୁଇ ଦିନ ଧରି ଚାଲିବ  । ଏ ନେଇ ଆଜି ୟୁଥ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ସନ୍ଧ୍ୟା ୬ ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇରାତି ୧୦ଟା ପର୍ଯ୍ୟନ୍ତ ଚାଲିବ  ।  ଏଥିରେ ନୃତ୍ୟ ଭିତ୍ତିକ ସମବେତ ସଙ୍ଗୀତ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ହେବ  ।

ପରେ ଓଡିଶା ସିନେ ଜଗତର ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତାରିକ ଅଜିଜ ଏବଂ ସୋନମ ଦାସ ଉପସ୍ଥିତ ରହି ଓଳିଉଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ  । ସେହିପରି ୨୯ ତାରିଖରେ ଲିଟିଲ ମିସ ଲିଟିଲ ମାଷ୍ଟର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ  । ଏହାପରେ ମାହାରୀ ନୃତ୍ୟ, ଆରତୀ ନୃତ୍ୟ, ଓ ଆଧୁନିକ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ମୁଖ୍ୟ ଆକର୍ଷଣ କଣ୍ଠଶିଳ୍ପୀ କୁମାରୀ ଅନୁଷ୍କା ପାତ୍ର, ପ୍ରଣୟ ମଜୁମଦାର ଙ୍କ ଦ୍ୱାରା ଓଲିଉଡ଼ ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକର  କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ, ସାଧାରଣ ସମ୍ପାଦକ ସଦାଶିବ ନାୟକ, ସାଙ୍ଗଠନିକ ସମ୍ପାଦକ ନାରାୟଣ ଗୋଛିକାର, ବରିଷ୍ଟ ସଭ୍ୟ ବିଜୟ ଆପ୍ପଟ, ଜିତେନ୍ଦ୍ର ନାରାୟଣ ଦାସ ମହାପାତ୍ର,ପ୍ରଦୀପ ମିଶ୍ର ପ୍ରମୂଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।

Comments are closed.