Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ଲିଗାମେଂଟ ଟିୟର, ଫିଟ ହେବା ପାଇଁ ୨ ସପ୍ତାହ ଲାଗିପାରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟା ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ଭାରତ ତାର ପରବର୍ତୀ ମୁକାବିଲାରେ ଅକ୍ଟୋବର ୨୯ରେ ଇଂଲଣ୍ଡକୁ ଭେଟିବ । ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷ ମ୍ୟାଚ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହୋଇଥିଲେ । ଏଥିପାଇଁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିପାରି ନ ଥିଲେ । ଏନସିଏ ଚିକିିତ୍ସିତ ହେଉଥିବା ହାର୍ଦ୍ଦିକଙ୍କ ଲିଗାମେଂଟ ଟିୟର୧ କ୍ଷତିଗ୍ରସ୍ତ ହୋଇଛି । ଅବଶ୍ୟ ବିସିସିଆଇ କିମ୍ବା ଏନସିଏ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅତି କମରେ ୨ସପ୍ତାହ ସମୟ ଲାଗିବ । ଯଦି ଏହା ହୁଏ ତେବେ ସେ ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଖେଳି ନ ପାରନ୍ତି ।

ଭାରତ କ୍ରମାଗତ ୫ଟି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ହାର୍ଦ୍ଦିକ ଜଣେ ପ୍ରତିଭାବାନ ଅଲରାଉଣ୍ଡର ହେଲେ ମଧ୍ୟ ବାରମ୍ବାର ଆଘାତପ୍ରାପ୍ତ ହେବା ଯୋଗୁ ତାଙ୍କ କ୍ୟାରିୟର କ୍ଷତିଗ୍ରସ୍ତ ହେଉଛି । ହାର୍ଦ୍ଦିକଙ୍କ ଆଘାତ ସମସ୍ୟା ଯୋଗୁ ଟିମ ଇଣ୍ଡିଆର କମ୍ବିନେଶନ କିଛି ମାତ୍ରାରେ ବିଗିଡି ଯାଇଛି ।

Comments are closed.