Latest Odisha News

BREAKING NEWS

କୋହଲି ଫିଟ ଅଛନ୍ତି କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମାଆ ସର୍ବଦା ଚିନ୍ତିତ

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଭାରତର ବିରାଟ କୋହଲି ଫିଟ ଖେଳାଳି ଭାବେ ପରିଗଣିତ । ତେବେ ତାଙ୍କ ମାଆ ଏବେ ବି କୋହଲିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସର୍ବଦା ଚିନ୍ତିତ ରହୁଛନ୍ତି । ଏକ ସାକ୍ଷାତକାରରେ କୋହଲି କହିଛନ୍ତି ମାଆଙ୍କ ସହ ଫୋନରେ କଥା ହେଲେ ମୋତେ ଲାଗେ ସତେ ଯେପରି ୭/୮ ବର୍ଷ ହେବ ମୁଁ ଅସୁସ୍ଥ ଅଛି । ସେ ମୋ ଖାଇବାଠାରୁ ଆରମ୍ଭ କରି ସବୁ କିଛି ପଚାରି ବୁଝନ୍ତି । ତାଙ୍କ ମନ ସର୍ବଦା ମୋ ନେଇ ବ୍ୟସ୍ତ ରୁହେ । ତାଙ୍କ ଯୋଗୁ ମୁଁ ଆଜି ଏତେ ବାଟ ଆସିପାରିଛି ବୋଲି କୋହଲି କହିଛନ୍ତି । ମାଆଙ୍କ ବୁଝା ଶୁଝା କରିପାରିଲେ ମୋତେ ଆତ୍ମ ସନ୍ତୁଷ୍ଟି ମିଳେ । ୨୦୦୮ରେ କୋହଲି ଭାରତ ପକ୍ଷରୁ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ।

ସେ ସଫଳତାର ସୋପାନ ଚଢ଼ିବା ଆରମ୍ଭ କରିବା ପୂର୍ବରୁ ତାଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ । ବାପାଙ୍କ ପରେ ମାଆ ତାଙ୍କର ସବୁ କଥା ବୁଝୁଥିଲେ । ଚଳିତ ବିଶ୍ୱକପରେ କୋହଲି ୧୧୮ ଆଭରେଜରେ ୩୫୪ ରନ ସଂଗ୍ରହ କରିଛନ୍ତି । ଭାରତ ପକ୍ଷରୁ ଦୀର୍ଘ ସମୟ ଖେଳିବା ମୋ ପାଇଁ ସର୍ବଦା ସ୍ୱପ୍ନ ସଦୃଶ ବୋଲି କୋହଲି କହିଛନ୍ତି । କୋହଲି ଦିନିକିଆରେ ଆଉ ୨ଟି ଶତକ ମାରିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବେ ।

Comments are closed.