Latest Odisha News

ରାଜଧାନୀରେ ଘରେ ପଶି ଲୁଟ୍ ମାମଲା: ୨୬ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ଜବତ, ୪ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଲୁଟେରାଙ୍କ ରାଜ୍। ପୁଣି ଘରେ ପଶି କରୁଛନ୍ତି ଲୁଟ୍ ପାଟ୍। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ବର ବାହାରୁ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟ୍ ପାଟ୍ କରିଥିଲେ କିଛି ଲୁଟେରା। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଲୁଟେରାମାନଙ୍କୁ କାବୁ କରିବାକୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଟିମ୍ ଭୁବନେଶ୍ବର ଏବଂ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଛାନଭିନ୍ ଚଳାଇଥିଲା। ତେବେ ଲୁଟେରାମାନେ ଭୁବନେଶ୍ବର ବାହାରେ ଥିବା ନେଇ ପୋଲିସ ଜାଣିପାରି ଚଢାଉ କରିଥିଲା।

ସେଠାରୁ ୪ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାନସ ଚିନେରା, ବୈଷ୍ଣବ ଓଝା, ପଦ୍ମଲୋଚନ ମଲ୍ଲିକ ଏବଂ ଅଧିର ଓଝା।
ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.