ନୂଆଦିଲ୍ଲୀ: ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଛି ସପ୍ତମ ଜାତୀୟ ମୋବାଇଲ କଂଗ୍ରେସ ପ୍ରଦର୍ଶନୀ । IMCର ଚଳିତ ବର୍ଷର ଥିମ୍ ରହିଛି ‘Global Digital Innovation’ । ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଏହି ମହାସମ୍ମେଳନକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି ଦେଶର ବଡ଼ ବଡ଼ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ । ଦେଶର ବଡ଼ ବଡ଼ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଏଥିରେ ସାମିଲ୍ ହୋଇଛନ୍ତି ।
ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମ ସ୍ଥାନରେ ସ୍ଥାପିତ ଷ୍ଟଲ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ ‘୫ଜି ୟୁଜ୍ କେସ ଲ୍ୟାବସ’ ପ୍ରଦାନ କରିବେ। ଅକ୍ଟୋବର ୨୭ ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ ଟେଲିକମ, ମିଡିଆ ଏବଂ ଟେକ୍ନୋଲୋଜି ଫୋରମ।
ଟେଲି ଯୋଗାଯୋଗ ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତର ଅବିଶ୍ୱସନୀୟ ଅଗ୍ରଗତିକୁ ଆଲୋକିତ କରିବା, ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ଏବଂ ସେମାନଙ୍କର ଅଭିନବ ଉତ୍ପାଦ ଏବଂ ସମାଧାନ ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ। ତା’ପରେ ତାଙ୍କୁ ନୂତନ ଟେକ୍ନୋଲୋଜି ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ସେଠାରେ ରଖାଯାଇଥିବା ଡେମୋ ଗୁଡିକୁ ମଧ୍ୟ ପିଏମ ମୋଦି ଦେଖିଥିଲେ ।
ଭାରତୀୟ ମୋବାଇଲ କଂଗ୍ରେସ IMC ୨୦୨୩ରେ ପ୍ରାୟ ୨୨ଟି ଦେଶରୁ ଏକ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୫୦୦୦ ସିଇଓ ସ୍ତରୀୟ ପ୍ରତିନିଧି, ୨୩୦ ପ୍ରଦର୍ଶନକାରୀ, ୪୦୦ ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସହଯୋଗୀଗଣ ଅଂଶଗ୍ରହଣ କରିଛନ୍ତି । ବୈଶ୍ବିକ ଡିଜିଟାଲ ନବୋନ୍ମେଷ ବାର୍ତ୍ତା ସହ IMC ୨୦୨୩ ନିର୍ମାଣକର୍ତ୍ତା, ବିକାଶକର୍ତ୍ତା ଓ ରପ୍ତାନୀକାରୀ ଭାବେ ଭାରତର ସ୍ଥିତିକୁ ମଜଭୁତ କରିବା ଲକ୍ଷ୍ୟ ରଖାଯାଇଛି ।
ଏହି ତିନିଦିନିଆ ଅଧିବେଶନ ୫ଜି, ୬ଜି, କୃତ୍ରିମ ମେଧା (AI) ଉପରେ ଆଲୋକପାତ କରିବା ସହ ସେମି କଣ୍ଡକ୍ଟର, ସବୁଜ ପ୍ରଯୁକ୍ତି, ସାଇବର ସୁରକ୍ଷା ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା ହେବ । ମୋବାଇଲ କଂଗ୍ରେସ ପ୍ରଦର୍ଶନୀରେ ବୁଲି ଥିଲେ ପ୍ରଧାନମନ୍ତ୍ରୀ । ତାଙ୍କୁ ଜିଓର ସ୍ବଦେଶୀ ଜ୍ଞାନକୌଶଳ ସହ ଜିଓ ସ୍ପେସ ଫାଇବର ଦେଖାଇଥିଲେ ରିଲିଆନ୍ସ ଜିଓ ଇନ୍ଫୋକମର ଚେୟାରମ୍ୟାନ ଆକାଶ ଅମ୍ବାନୀ ।
Comments are closed.