Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଉପହାର, ସ୍ମୃତି ଫଳକର ଇ-ନିଲାମ : ଶ୍ରୀଜଗନ୍ନଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬ ହଜାରରୁ ଅଧିକ

ନୂଆଦିଲ୍ଲୀ: ନିଲାମ ହେଲା ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର । ତା ପୁଣି ୮୭ ହଜାର ୪୦୦ ଟଙ୍କାରେ। ଜଗନ୍ନାଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬,୪୦୦ ଟଙ୍କାରେ ନିଲାମ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଏବଂ ସ୍ମୃତି ଫଳକଗୁଡିକର ଇ ନିଲାମ ହେଉଛି । ଏହାକୁ କିଣିବା ପାଇଁ ଲୋକଙ୍କ ମନରେ ବେଶ ଆଗ୍ରହ ରହିଛି ।
ପ୍ରାୟ ୯୧୨ଟି ଉପହାର ଓ ସ୍ମୃତି ଫଳକର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ୩୧ ତାରିଖ ଯାଏ ଚାଲିବ । ପ୍ରଧାନମନ୍ତ୍ରୀଙ୍କ ଉପହାର ଓ ସ୍ମୃତିଫଳକ ନିଲାମର ଏହା ହେଉଛି ୫ମ ସଂସ୍କରଣ । ଚଳିତବର୍ଷ ଏହି ନିଲାମି ପ୍ରକ୍ରିୟାରେ ପ୍ରାୟ ୧୭ ହଜାରରୁ ଅଧିକ ଲୋକ ଭାଗ ନେଇ ସାରିଲେଣି । ଏହି ନିଲାମି ଜିନିଷରେ ରହିଛି ଓଡ଼ିଶାରୁ ମିଳିଥିବା ୨ଟି ଚିତ୍ରକଳା । ଗୋଟିଏ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ଏବଂ ଅନ୍ୟଟି ତାଳପତ୍ର ଚିତ୍ରକଳା । ନିଲାମରେ ଅଂଶ ଗ୍ରହଣ କରିଥିବା ଲୋକେ ଏହି ଫଳକ ଦୁଇଟିକୁ ବେଶ ପସନ୍ଦ କରିଛନ୍ତି ।
ସଂସ୍କୃତି ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ରର ଦାମ ସର୍ବନିମ୍ନ ମୂଲ୍ୟ ୮୬ ହଜାର ୪୦୦ ରହିଛି । ସେହିପରି ତାଳପତ୍ର ଚିତ୍ରକଳାର ୫୯ ହଜାର ୪୦୦ ରହିଛି । ତେବେ ଚାହିଦା ଅଧିକ ଥିବାରୁ ଏହାର ଦାମ ଆହୁରି ବଢିବ ବୋଲି କହିଛନ୍ତି ସଂପୃକ୍ତ ଅଧିକାରୀ ।

ସୂଚନାଥାଉ କି, ୨୦୧୯ରୁ ଏହି ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ ଏହି ନିଲାମରୁ ମିଳିବାକୁ ଥିବା ଅର୍ଥ ନମାମି ଗଙ୍ଗେ କାର୍ଯ୍ୟକ୍ରମ ପାଇଁ ବିନିଯୋଗ କରାଯିବ ।

Comments are closed.