ନୂଆଦିଲ୍ଲୀ: ଦେଶର ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବୋର୍ଡ ଅଫ ଡାଇରେକ୍ଟର୍ସରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀଙ୍କର ଏଣ୍ଟ୍ରି ହୋଇ ଯାଇଛି । ରିଲାଏନ୍ସର ଶେୟାର ହୋଲଡର ଏହି ତିନି ଜଣଙ୍କୁ ବୋର୍ଡରେ ନନ-ଏଗ୍ଜିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ବାର୍ଷିକ ସାଧାରଣ ବୈଠକ ଅଗଷ୍ଟ ୨୮ ତାରିଖରେ ହୋଇଥିଲା । ଏଥିରେ ରିଲାଏନ୍ସ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ ଯେ, ବୋର୍ଡ ଅଫ ଡାଇରେକ୍ଟର୍ସରୁ ନୀତା ଅମ୍ବାନୀ ଅଲଗା ହୋଇଯିବେ । ଅନ୍ୟପକ୍ଷେ ଇଶା, ଆକାଶ ଏବଂ ଅନନ୍ତ ଅମ୍ବାନୀଙ୍କ ନାଁ ନନ୍ ଏଗ୍ଜିକ୍ୟୁଟିଭ ଡାଇରେକ୍ଟର ଭାବେ ବୋର୍ଡରେ ସାମିଲ କରାଯିବ ।
ହେଲେ ଚଳିତ ମାସରେ ଅନନ୍ତ ଅମ୍ବାନୀଙ୍କ ସାମିଲ ହେବାକୁ ନେଇ ବିରୋଧାଭାସ ଦେଖିବାକୁ ମିଳିଥିଲା । ଏହାକୁ ୨ଟି ଅନ୍ତର୍ଜାତୀୟ ପରାମର୍ଶଦାତା କମ୍ପାନୀ ଅନନ୍ତ ଅମ୍ବାନୀଙ୍କ ବୟସକୁ ନେଇ ବୋର୍ଡରେ ନିଯୁକ୍ତିକୁ ବିରୋଧ କରିଥିଲେ । ଏଥିସହିତ ତାଙ୍କର ଅନୁଭୂତି ନ ଥିବା ମଧ୍ୟ ଦର୍ଶାଇଥିଲେ ।
ହେଲେ ଏହି ମାମଲାରେ ଶେୟାରଧାରୀଙ୍କ ମଧ୍ୟରେ ଭୋଟିଂ ହୋଇଥିଲା । ଏଥିରେ ୯୨.୭ ପ୍ରତିଶତ ଭୋଟରେ ଅନନ୍ତ ଅମ୍ବାନୀଙ୍କ ପକ୍ଷରେ ଭୋଟ ପଡିଥିଲା । ଏହାପରେ ଅନନ୍ତଙ୍କ ବୋର୍ଡରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪ଟି କମ୍ପାନୀର ନର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଆରଆଇଏଲର ବୋର୍ଡ ଅଫ ଡାଇରେକ୍ଟର୍ସରେ ନନ ଏଗ୍ଜିକ୍ୟୁଟିଭ, ନନଇଣ୍ଡିପେଣ୍ଡେଟ ଡାଇରେକ୍ଟର ଭାବେ ନିଯୁକ୍ତି ପାଇବେ ।
ଏଥିସହିତ ଶେୟାର ହୋଲଡରଙ୍କ ଭୋଟିଂରେ ଇଶା ଅମ୍ବାନୀଙ୍କୁ ୯୮.୨ ଏବଂ ଆକାଶଙ୍କୁ ୯୮ ପ୍ରତିଶତ ଭୋଟ ମିଳିଥିଲା । ଏଥସହିତ ରିଲାଏନ୍ସର ଦାୟିତ୍ୱ ତୃତୀୟ ପୀଢି ହାତକୁ ଗଲା ।
BREAKING NEWS
- ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର
- ଦଶହରାରେ ଲଘୁଚାପ ଆଶଙ୍କା: ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ

Comments are closed.