Latest Odisha News

ବାଂଲାଦେଶ ସମ୍ମୁଖରେ ୨୩୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଇଡେନଗାର୍ଡେନ: ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମ୍ମୁଖରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୫୦ ଓଭରରେ ୨୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ସ୍କଟ ଏଡୱାର୍ଡସ ୮୯ ବଲରେ ୬୮ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେସଲେ ବରେନ୍ସି ୪୧ ଓ ସାଇବ୍ରାଣ୍ଡ ୩୫ ରନର ଯୋଗଦାନ ଦେଇଥିଲେ । ବାଂଲାଦେଶ ପକ୍ଷରୁ ଶୋରିଫୁଲ ଇସଲାମ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହେମାନ ଓ ମେହେଦି ହାସନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଶାକିବ ଉଲ ହାସନ ଗୋଟିଏ ୱିକେଟ ନେଇଥିଲେ ।

ଟସ ଜିତି ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଉଭୟ ନେଦରଲାଣ୍ଡ ଓ ବାଂଲାଦେଶ ଟିମ ୫ଟି ଲେଖାଁଏ ମ୍ୟାଚ ଖେଳି ୨ ପଂଏଟ ହାସଲ କରିଛନ୍ତି । ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ଥିଲେ ମଧ୍ୟ ଉଭୟ ଟିମ ମ୍ୟାଚରେ ବିଜୟ ହାସଲ କରି କିଛି ଚମତ୍କାରକୁ ଅପେକ୍ଷା କରିପାରନ୍ତି ।

Comments are closed.