ମୁମ୍ବାଇ: କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ମିଳିଲା ହତ୍ୟା ଧମକ । ଏଥର ୨୦ କୋଟି ନୁହେଁ ୨୦୦ କୋଟି ମାଗିଲେ ଅଭିଯୁକ୍ତ । ଇମେଲ କରି ୨୦୦ କୋଟି ମାଗିଛି । ପୂର୍ବରୁ ୨୦ କୋଟି ମାଗିଥିଲା । ହେଲେ ଏବେ ମାଗିଛି ୨୦୦ କୋଟି । ଉତ୍ତର ଦେବାରେ ବିଳମ୍ବ ହେବାରୁ ପରିମାଣ ବଢିଗଲା ବୋଲି କହିଛି ଅଭିଯୁକ୍ତ । ଏହି ଅର୍ଥରାଶି ନ ଦେଲେ ଡେଥ ୱରେଣ୍ଟ ବୋଲି ଧମକ ଦେଇଛି ।
ପୂର୍ବ ଆକାଉଣ୍ଟରୁ ପୁଣି ଆସିଛି ଇମେଲ । ଏଥିରେ ହତ୍ୟାକାରୀ କହିଛି, ‘ବର୍ତ୍ତମାନ ସୁଦ୍ଧା ଆମ ଇମେଲର ଜବାବ ମିଳିଲା ନାହିଁ । ସେଥିପାଇଁ ୨୦୦ କୋଟି ଦେବାକୁ ପଡିବ । ନଦେଲେ ମନେରଖ, ଡେଥ ୱରେଣ୍ଟରେ ସିଗ୍ନେଚର ହୋଇ ସାରିଲାଣି । ଇଂରାଜୀରେ ଲେଖା ଯାଇଛି “U have not responded to our email. Now the amount is 200 crore, otherwise the death warrant is signed”.
ସୂଚନାଥାଉ କି, ଏହାପୂର୍ବରୁ ଅକ୍ଟୋବର ୨୭ ତାରିଖ ରାତି ୮:୫୧ରେ ଏକ ମେଲ ଆସିଥିଲା । ସେଥିରେ ଲେଖାଥିଲା, ‘IF you don’t give us 20 crore rupees, we will kill you, we have the best shooters in India’. ଏପରି ମେଲ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।
ସୂଚନାଥାଉ କି,ଗତ ବର୍ଷ ଅକ୍ଟୋବରରେ ଦକ୍ଷିଣ ମୁମ୍ବାଇର ସର ଏଚଏଚ ରିଲାଏନ୍ସ ହସ୍ପିଟାଲର ଜଣେ ବ୍ୟକ୍ତି ଫୋନ କରିଥିଲେ । ସେ ହସ୍ପିଟାଲକୁ ବମିଂ କରି ଉଡାଇ ଦେବାକୁ ଧମକ ଦେଇଥିଲେ । ଫୋନ କରି ସେ କହିଥିଲେ ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାରକୁ ଉଡାଇ ଦେବାକୁ ଧମକ ଦେଇଥିଲେ । ଏପରିକି ତାଙ୍କ ଏଣ୍ଟିଲିଆକୁ ବି ଉଡାଇ ଦେବାକୁ ଧମକ ଦେଇଥିଲେ ।
ତେବେ ପ୍ରଥମ ଇମେଲ ଆସିବାର ଇତି ମଧ୍ୟରେ୨୪ ଘଣ୍ଟା ହୋଇଗଲାଣି । ହେଲେ ପୋଲିସର ତଦନ୍ତ କେତେବାଟ ଆଗେଇଛି, ଧମକ ଦେଇଥିବା ଅଭିଯୁକ୍ତ ବିଷୟରେ କ’ଣ ତଥ୍ୟ ପୋଲିସ ହାତରେ ଲାଗିଛି ସେ ବିଷୟରେ କିଛି ସୂଚନା ମିଳିନାହିଁ ।
BREAKING NEWS
- Teacher misbehaves: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ
- Sandhya Theatre Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍
- ଶିକାରୀ ଫାଶରେ ଫସିଲା କଲରାପତରିଆ ବାଘ…୭ ଦିନ ପରେ ଉଦ୍ଧାର
- Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର ଟିଜର ରିଲିଜ୍
- ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଦାବି: ଗଠନ ହେଲା କମିଟି
- G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ
- Zelenskyy hints: ଆସନ୍ତାକାଲି ଆମେରିକାରେ ହେବ ବଡ଼ ଡ଼ିଲ୍! ଇସାରା ଦେଲେ ଜେଲେନସ୍କି …
- E-Challan: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ
- ୧୦୦୦ କୋଟି କ୍ଲବରେ ‘ଧୁରନ୍ଧର’, ଜାଣନ୍ତୁ ଆଉ କେଉଁ ଫିଲ୍ମ ଏଥିରେ ସାମିଲ…
Comments are closed.