ଭୁବନେଶ୍ୱର: ୨୫ ବର୍ଷରେ ଏମିତି ଶାସନ ! ୫୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସ୍କୁଲ ଘର ଚିକଚିକ ହୋଇଛି । କିନ୍ତୁ ସ୍କୁଲରେ ପିଲା ନାହାନ୍ତି । ଯେତିକି ପିଲା ଅଛନ୍ତି ଜଣା ଶିକ୍ଷକ । ତେଣୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ । ସ୍ୱାସ୍ଥ୍ୟ ସେବା ସ୍ଥିତି ଆହୁରି ଦୁଃଖଦାୟକ । ରାଜ୍ୟରେ ବ୍ୟୁରୋକ୍ରାଟ ଶାସନ ଚାଳିଛି । ଲୋକ ଭୋଟ ଦେଇ ବିଧାୟକ ବାଛଛନ୍ତି । ହେଲେ ଶାସନ କରୁଛନ୍ତି ଜଣେ କ୍ୟାବିନେଟ ପାହ୍ୟା ପାଇଥିବା ଜଣେ ଅବସର ଆଏଏଏସ । ଏମତି କହି ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛନ୍ତି ଦିଲ୍ଲୀ କ୍ୟାଣ୍ଟ ନିର୍ବାଚନମଣ୍ଡଳୀର ଆପ ବିଧାୟକ ବୀରେନ୍ଦର ସିଂ କାଡିଆନ ।
୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ପ୍ରଭାରୀ କାଡିଆନ ଗତ ୨୬ ତାରିଖ ଭୁବନେଶ୍ୱରରେ ପହଞ୍ଚିଥିଲେ । ପୁରୀ ଗସ୍ତ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା, ଗଞ୍ଜାମ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ଆଜି ଶେଷ ଦିନରେ ଭୁବନେଶ୍ୱର କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ, ବେରୋଜଗାରୀ ବଢୁଛି । ୫୦ ଲକ୍ଷ ଲୋକ ଦାଦନ ଖଟିବାକୁ ଗଲେଣି । ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ୭ ହଜାର ସ୍କୁଲରେ ତାଲା ପଡିଛି । ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ପରି ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଖଣି ଦୁର୍ନୀତି, ଡାଲି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତିରେ ସରକାର ବୁଡି ରହିଛନ୍ତି । ଏସବୁ ସମସ୍ୟାକୁ ନେଇ ଆପ ଲୋକଙ୍କ ଘରକୁ ଯିବ । ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି କାଡିଆନ ।
ଓଡ଼ିଶାରେ ଅମଲାତନ୍ତ୍ରୀମାନଙ୍କ ଦ୍ୱାରା ଶାସନ ପରିଚାଳିତ ହେଉଛି । ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯାଉଛି । ଏହା ଲୋକତନ୍ତ୍ରର ବିରୋଧୀ ବୋଲି କହିଛନ୍ତି କାଡିଆନ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ ୨୦୨୪ ନିର୍ବାଚନରେ ଦିଲ୍ଲୀ ଓ ପଞ୍ଜାବ ପରି ଓଡ଼ିଶାରେ ଆମ ଆଦମୀ ପାର୍ଟି ସଫଳତା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
BREAKING NEWS
- ଭିଡ଼ ହିଂସା; ଫଟୋ ନ ଉଠାଇ ସାହାଯ୍ୟ କରନ୍ତୁ: CAW ଏଡିଜି ଏସ୍ ସାଇନି
- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା; କଂଗ୍ରେସର ୩ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି
- ରାମ ମନ୍ଦିର ଦାନ ଦକ୍ଷିଣା ଚୋରି ବିବାଦ: ଦାନ ଗଣନାରୁ ହଟିଲେ ୪୦ କର୍ମଚାରୀ, ନୂଆ ଦଳକୁ ମିଳିଲା ଦାୟିତ୍ୱ
- ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଓଡ଼ିଶା ସରକାର
- ଦାବି ପୂରଣ ପାଇଁ ରାଜଧାନୀରେ ଗର୍ଜିଲେ ‘ସ୍ୱାସ୍ଥ୍ୟ ମିତ୍ର’ କର୍ମଚାରୀ: ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ
- ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଆସିଲା ବଡ଼ ଖବର
- ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ
- ଯାହାକୁ ମେସୀ କୋଳରେ ବସାଇଥିଲେ, ସିଏ ଏବେ କଲେ ଗୋଲ
- ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି: ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଧୁମ୍ରପାନ କଲେ ଜରିମାନା
- ସଡ଼କ ଦୁର୍ଘଟଣାରେ ଆସିଲା ଚିନ୍ତାଜନକ ରିପୋର୍ଟ; ଗତ ୫ ବର୍ଷରେ ଯାଇଛି ୧.୮ ଲକ୍ଷ ପଦଚାରୀଙ୍କ ଜୀବନ

Comments are closed.