ଭୁବନେଶ୍ୱର: ଆସୁଛି ମାଟ୍ରିକ ପରୀକ୍ଷା । ପିଲମାନଙ୍କ ରେଜଲ୍ଟକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କିପରି ଶହେ ପ୍ରତିଶତ ରେଜଲ୍ଟ ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଆଜିଠାରୁ ପିଲାମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛି ।
ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଜିରୋ ଏଫ ମିଶନ ବା ଶତ ପ୍ରତିଶତ ରେଜଲ୍ଟ ।ସେଥିପାଇଁ ବିଭାଗ ପକ୍ଷରୁ ମାଟ୍ରିକ ପିଲାଙ୍କ ପାଇଁ ଜାରିକିରଛି ନିର୍ଦ୍ଦେଶାବଳୀ ।
ଖୁବ ଭଲ ରେଜଲ୍ଟ ପାଇଁ ଏଥର ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି । ଶହେ ପ୍ରତିଶତ ପିଲା ପାସ କରିବା ସହ ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ ପାସ କରିବେ ସେଥିପାଇଁ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ସନିଶ୍ଚିତ ଯୋଜନା । ଏହି ଯୋଜନାକୁ ସାରା ରାଜ୍ୟରେ ଲାଗୁ କରାଯିବ । ଏ ନେଇ ଓପେସା ପକ୍ଷରୁ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଯଦି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ ନ କରେ ତେବେ ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତ୍ତିକ ଶିକ୍ଷକ, ମେଣ୍ଟର ଦାୟୀ ରହିବେ । ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲର ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବେ ।
ଭଲ ରେଜଲ୍ଟ କରିବାକୁ ହେଲେ ପିଲା କିପରି ପଢିବେ ସେ ନେଇ ବିଭାଗ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି । ଏହି ଗାଇଡ ଲାଇନ ଅନୁସାରେ,
-ଛାତ୍ରଛାତ୍ରୀମାନେ ଦିନକୁ ୧୦ରୁ ୧୪ ଘଣ୍ଟା ପାଠ ପଢିବେ
-ରାତି୧୦ଟାରୁ ୪ଟା କିମ୍ବା ରାତି ୧୧ଟାରୁ ୫ଟା ଯାଏ ଶୋଇବେ
-୬ରୁ ୭ଘଣ୍ଟା ପାଠ ପଢିବେ
-ବାକି ସମୟ ଅଲଗା କାମରେ କରିବେ
-ସକାଳୁ ଉଠିବା ପରେ ବ୍ୟାୟାମ କରିବେ । ଏହାଦ୍ୱାରା ଏକାଗ୍ରତା ବଢିଥାଏ
-ପରୀକ୍ଷା ସିଜନରେ ବାହାର ତେଲଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ
-ସନ୍ତୁଳିତ ତଥା ସୁଷମ ଖାଦ୍ୟ ଖାଇବେ
-ଦିନରୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ, ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହେବ
-ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
-ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଅନ୍ତୁ । ନିଦ ଭଲ ହେବ ଏବଂ ଉଠିଲାବେଳକୁ ମନ ଫୂର୍ତ୍ତି ରହିବ
BREAKING NEWS
- Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ
- ପୋଡୁଚାଷ ନାଁରେ ୭୪୨ଟି ଶାଳ ଗଛ କାଟିଦେଲେ;୪ ଗିରଫ, ଅଧିକାଂଶ ଅଭିଯୁକ୍ତ ଫେରାର…
- ଏସିଆନ ଗେମ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ଓଡିଶାର ସୁନେଲିତାଙ୍କୁ ସୁଯୋଗ
- ITEP Admissions: ପ୍ରକାଶ ପାଇଲା ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା;୧୪୬୩ ଜଣ ଚୟନ…
- କାଳ ହେଲା ସେଲଫି ନିଶା; ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
- ୩ଟି ଷ୍ଟାଡିୟମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏନଜିଟି
- ଏମ୍ସ ଭୁବନେଶ୍ୱରର ଅନନ୍ୟ ସଫଳତା, ଶେଷ କଲା ୧୦୦ଟି ସଫଳ ରୋବୋଟିକ୍ ଅସ୍ତ୍ରୋପଚାର
- ରୋଷେଇ ଘରେ ପିଆଜର ‘ହାହାକାର’: ଚଢ଼ା ଦର ପଛର ରହସ୍ୟ କ’ଣ? ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଚାପ
- ରାଜ୍ୟଗୋଷ୍ଠୀ କ୍ରୀଡା: ଅଂଶଗ୍ରହଣ ପାଇଁ ୧୯୧ଜଣଙ୍କୁ ଅନୁମତି ପ୍ରଦାନ କଲେ କ୍ରୀଡା ମନ୍ତ୍ରଣାଳୟ
- ସଫେଇ ମିତ୍ରଙ୍କୁ ସମ୍ମାନ: ଜୁଲାଇ ୧୪ରେ ରାଜ୍ୟର ସମସ୍ତ ୟୁଏଲବିରେ ପାଳନ ହେବ ‘ନମସ୍ତେ ଦିବସ’
Comments are closed.