Latest Odisha News

BREAKING NEWS

ଆଇପିଏସ ସ୍ତରରେ ଅଦଳବଦଳ; ଜାଣନ୍ତୁ, କିଏ ପାଇଲା କେଉଁ ପଦବୀ

ଭୁବନେଶ୍ୱର:ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ୧୯୮୮ ବ୍ୟାଚର ଅରୁଣ କୁମାର ରାୟଙ୍କର ଗୃହମନ୍ତ୍ରାଳୟର ଓଏସଡିରୁ ବଦଳି ହେଇଛି । ତାଙ୍କୁ ଏବେ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୮୯ ବ୍ୟାଚ ଆଇପିଏସଙ୍କର ଜେଲର ଡିଜି ଭାବେ ବଦଳି ହୋଇଛି । ସେ ଏବେ ଏଚଆରପିସିର ସ୍ପେଶାଲ ଡିଜିପି ଦାୟିତ୍ୱରେ ଥିଲେ ।
ଅନ୍ୟପକ୍ଷେ ୧୯୯୨ ବ୍ୟାଚର ଆଇପିଏସ ଲଳିତ ଦାସ ଯିଏ କି ସରକାର ପ୍ରେସ ନିର୍ଦ୍ଦେଶକ ଅଛନ୍ତି ତାଙ୍କୁ ଏଚଆରପିସିର ଆଡିସନାଲ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କମିଶନରେଟ ପୋଲିସର ଭୁବନେଶ୍ୱର-କଟକର ସିପି ଥିବା ୨୦୦୮ ବ୍ୟାଚର ଉମାଶଙ୍କର ଦାଶଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୱିଙ୍ଗସର ଡିଆଇଜି ଭାବେ ବଦଳି କରାଯାଇଛି ।
ଅନ୍ୟପକ୍ଷେ ୨୦୦୯ ବ୍ୟାଚର ଆଇପିଏସ ବ୍ରିଜେଶ କୁମାର ରାୟଙ୍କୁ କମିଶନରେଟ ପୋଲିସର ଆଡିସିନାଲ ସିପିଭାବେ ବଦଳି କରାଯାଇଛି । ପୂର୍ବରୁ ସେ ମୁଖ୍ୟାଳୟ ଡିଆଇଜି ଦାୟିତ୍ୱରେ ଥିଲେ ।

Comments are closed.