Latest Odisha News

ଅଭିନେତ୍ରୀଙ୍କ ପରଲୋକ, ଥିଲେ ୮ ମାସର ଗର୍ଭବତୀ

ହାଇଦ୍ରାବାଦ: ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁବେଳକୁ ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଚକିତ ହେବା ସହ ପୁରା ଭାଙ୍ଗି ପଡ଼ିଛନ୍ତି । ପ୍ରିୟାଙ୍କ ମୃତ୍ୟୁଖବର ଜଣାପଡ଼ିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବରପାଇ ଅନେକ କଳାକାର ହସପିଟାଲରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ ।

ଅନେକ କଳାକାର ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନେକ ଲେଖିଛନ୍ତି, ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି । ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ ଏବଂ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିଲା । ନିୟମିତ ଯାଞ୍ଚ ପାଇଁ ସେ ଡାକ୍ତରଖାନା ଯାଇଥିଲେ, ସେତେବେଳେ ହାର୍ଟଆଟାକ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ତାଙ୍କ ଶିଶୁ ଆଇସିୟୁରେ ଅଛନ୍ତି ।

Comments are closed.