Latest Odisha News

BREAKING NEWS

ଆଉ ଅଭିନୟ କରିବେନି ରଣବୀର! ଫିଲ୍ମ ନିର୍ଦ୍ଦେଶନା ଦେବାର ସ୍ୱପ୍ନ କରିବେ ପୂରଣ

ମୁମ୍ବାଇ: ଅଭିନେତା ଭାବରେ ରଣବୀର କପୁରଙ୍କର ଏହା ହେଉଛି ଶେଷ ଦଶନ୍ଧିା ଏବେ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବାକୁ ଇଚ୍ଛୁକ ଥିବା କହିଛନ୍ତି ନିଜେ କପୁର ସନ୍ । ରଣବୀରଙ୍କ ହାତରେ ଅନେକ ଫିଲ୍ମର ଅଫର ରହିଛି କିନ୍ତୁ ଆଗକୁ ନିଜ କ୍ୟାରିଅରରେ ସେ କଣ କରିବେ ସେନେଇ ମନ ସ୍ଥିର କରିସାରିଛନ୍ତି । ଥିଏଟରରେ ରାମାୟଣ-୧ ଫିଲ୍ମ ଚାଲୁଥିବା ବେଳେ ରଣବୀର କିନ୍ତୁ ଆଉ ଅଭିନୟ କରିବାକୁ ଇଚ୍ଛୁକ ନୁହନ୍ତି ବରଂ ଫିଲ୍ମ ନିର୍ଦ୍ଦେଶନା କରିବାକୁ ଚାହୁଁଥିବା କହିଛନ୍ତି । ଏଥିପାଇଁ ସେ ଏକ ସ୍କ୍ରିପ୍ଟ ଉପରେ କାମ କରିବା ଆରମ୍ଭ କରିଦେଇଥିବା କହିଛନ୍ତି । ଆସନ୍ତା ୨ରୁ ୩ ବର୍ଷ ଭିତରେ ସେ କ୍ୟାମେରା ଆଗରେ ନୁହେଁ କ୍ୟାମେରା ପଛରେ ରହିଥିବା ଦେଖିବାକୁ ମିଳିବ । କଳାକାର ଟିଏ କାହାଣୀର ଶୃଜନଶୀଳତାକୁ କିଛି ଅଂଶରେ ଅନୁଭବ କରିପାରନ୍ତିା କିନ୍ତୁ ନିର୍ଦ୍ଦେଶକ ଏକ ସମ୍ପୂଣ୍ଣ ର୍ କାହାଣୀକୁ ଗଠନ କରିବାରେ ଏହାର ଧାରଣାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଜଡିତ ଥାନ୍ତି । ତେଣୁ ସେମିତି କାମରେ ଆନନ୍ଦ ରହିଛି, ସେହି କାମ କରିବି ବୋଲି କହିଛନ୍ତି ରଣବୀର । ଲେଖକ ଓ ନିର୍ଦ୍ଦେଶକଙ୍କ ପ୍ରତି ତାଙ୍କର ଖୁବ୍ ସମ୍ମାନ ରହିଛି, ସେମାନଙ୍କର କାମ ବେଶ ରୋମାଂଚକର ବୋଲି କହିବା ସହ ନିର୍ଦ୍ଦେଶନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି ବୋଲି କହିଛନ୍ତି । ସଙ୍ଗୀତଜ୍ଞଙ୍କ ପରେ କେହି ଯଦି କାମରେ ଆନନ୍ଦ ନିଅନ୍ତି ସେହେଉଛନ୍ତି ନିର୍ଦ୍ଦେଶକ । ଜଣେ ଅଭିନେତାର ଆନନ୍ଦ ଲୋକ ଦେଖାଣିଆ ହୋଇପାରେ କିନ୍ତୁ ଜଣେ ଫିଲ୍ମମେକର ବା ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ମାଣ କରନ୍ତି, ଭଲ ହେଉ ବା ଖରାପ କାହାଣୀ କହିବାର ସୁଯୋଗ ପାଇବା ସହ କାହାଣୀ ଶୁଣାଇବାକୁ ଅନେକଙ୍କୁ ଏକାଠି କରିବା ଏହା ସୁନ୍ଦର ଅନୁଭୂତି ଅଟେ ବୋଲି ସେ କହିଛନ୍ତି । ରଣବୀରଙ୍କୁ ପାରିବାରିକ ଫିଲ୍ମ ଖୁବ ପସନ୍ଦ, ଏମିତିକି ରାଜକୁମାର ହିରାଣୀଙ୍କ ଫିଲ୍ମ ବେଶ ପସନ୍ଦ ସେହି ଜୋନରର ଫିଲ୍ମ କରିବାକୁ ଇଚ୍ଚୁକ ବୋଲି କହିଛନ୍ତି ସେ ।

ଅଭିନୟ ଓ ନିର୍ଦ୍ଦେଶନା ଭିତରେ କିପରି କ୍ୟାରିଅର ବାଲାନ୍ସ କରିବେ ପଚାରିବାରୁ ରଣବୀର କହିଛନ୍ତି, ଅଭିନୟ କମ୍ ନିର୍ଦ୍ଦେଶନା ଓ କ୍ରିଏଟିଭିଟିରେ ଅଧିକ ସମୟ ଦେବିା ଗୋଟେ ବର୍ଷରେ ଶହେ କିମ୍ବା ୧୨୪ଦିନ କାମ କରୁଛନ୍ତି ରଣବୀର । ତେଣୁ ଗୋଟେ ଫିଲ୍ମ ସାରି ଅନ୍ୟ ଫିଲ୍ମ ପାଇଁ ପ୍ରସ୍ତୁତ ହେବାରେ ସମୟ ଦେଉଛନ୍ତି ରଣବୀର । ତାପରେ ତାଙ୍କ ପାଖରେ ବହୁତ ସମୟ ବଳୁଛି । ଏହି ସମୟ ସେ ନିଦ୍ଦେ ର୍ଶନା ପାଇଁ ଦେବେ ବୋଲି କହିଛନ୍ତି । ଯଦି ନହୁଏ, ତେବେ ଲାଗୁଛି ଜଣେ ଅଭିନେତା ଭାବେ ଏହା ମୋର ଶେଷ ଦଶନ୍ଧି, ଏବେ ନିର୍ଦ୍ଦେଶନା କରିବାକୁ କାମ ଆରମ୍ଭ କରିଛି ବୋଲି କହିଛନ୍ତି ରଣବୀର । ବ୍ରହ୍ମାସ୍ତ୍ର-୨, ରାମାୟଣ-୨ ଓ ଆନିମଲ୍ ୨ ଶେଷ ହେବା ପରେ ଆଗାମୀ ୨ରୁ ୩ ବର୍ଷ ପରେ ସମ୍ପୂଣ୍ଣ ର୍ ଭାବେ ଫିଲ୍ମ ନିର୍ଦ୍ଦେଶନା ଦେବେ ବୋଲି କହିଛନ୍ତି ରଣବୀର । ତେଣୁ ପ୍ରଥମ ଫିଲ୍ମ ପାଇଁ ନିର୍ଦ୍ଦେଶନା କରିବାକୁ ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିସାରିଛନ୍ତି ରଣବୀର ।

ବାପା ତଥା ସୁପରଷ୍ଟାର ଦିବଙ୍ଗତ ଋଷି କପୁର ୧୫ ବର୍ଷ ବୟସରେ ‘ଆ ଅବ୍ ଲୌଟ ଚଲେ’ରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଫିଲ୍ମ ‘ବ୍ଲାକ୍‌’ ରେ ସଂଜୟ ଲୀଲା ଭଂଶାଲୀଙ୍କ ସହାୟକ ଥିଲେ । ଲିଜେଣ୍ଡ୍ରୀ ରାଜ କପୁର ମଧ୍ୟ ଆୱାରା, ଶ୍ରୀ -୪୨୦ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଏବଂ ୨୪ ବର୍ଷ ବୟସରେ ଆର.କେ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ ।

ରଣବୀର ନିର୍ଦ୍ଦେଶନାରେ ପାଦ ଦେବା ପୂର୍ବରୁ ତାଙ୍କ ହାତରେ ରହିଛି ଫିଲ୍ମ । ସଂଜୟ ଲୀଲା ଭଂଶାଲୀଙ୍କ ‘ଲଭ୍ ଆଣ୍ଡ ୱାର’ରେ ଆସିବେ ରଣବୀର । ଆଲିଆ ଓ ଭିକୀ କୌଶଲ ନଜର ଆସିବେ । ଏହି ଡ୍ରାମା ଫିଲ୍ମ ୨୧ ଜାନୁଆରୀ ୨୦୨୭ରେ ରିଲିଜ୍ ହେବ । ବ୍ରହ୍ମାସ୍ତ୍ର, ଆନିମଲ୍‌, ରାମାୟଣର ଦ୍ୱିତୀୟ ପାର୍ଟ ମଧ୍ୟ ରହିଛି ତାଙ୍କ ହାତରେ । ନଭେମ୍ବର ୫ରେ ରିଲିଜ୍ ହୋଇଛି ରାମାୟଣ ପାର୍ଟ ୧ା ଯେଉଁଥିରେ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ, ଲକ୍ଷ୍‌ମଣଙ୍କ ଭୂମିକାରେ ରବି ଦୁବେ ଓ ରାବଣ ଭୂମିକାରେ ୟଶ୍ ନଜର ଆସିଛନ୍ତି । ତେବେ ଏସବୁ ପରେ ରଣବୀର ତାଙ୍କ ଜୀବନର ନୂଆ ଅଧ୍ୟାୟ ନିର୍ଦ୍ଦେଶକ ଭାବେ ଆରମ୍ଭ କରିବେ ବୋଲି ଇସାରା ଦେଇସାରିଛନ୍ତି ।

Leave A Reply

Your email address will not be published.