Latest Odisha News

ଗ୍ୟାସରେ ରୋଷେଇ କରିବାରୁ ରାଗିଗଲେ ସ୍ୱାମୀ; କଟୁରୀ ଚୋଟରେ ନେଇଗଲେ ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ୱର: କଥା ଥିଲା ସାମାନ୍ୟ । ଚୁଲିରେ ରୋଷେଇ ନ କରି କରିଦେଲେ ଗ୍ୟାସରେ । ଏଥିପାଇଁ ବାଜି ପଡିଲା ଜୀବନ । ସ୍ୱାମୀଙ୍କ ଆକ୍ରୋଶର ଶୀକାର ହେଲେ ମହିଳା । ଚାଲିଗଲା ଜୀବନ । ଘଟଣା ଘଟିଛି ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରେ ।

ସୂଚନା ଅନୁସାରେ, ଘରେ ସ୍ୱାମୀ ମିଥୁନ ସ୍ୱାଇଁ ଓ ସ୍ତ୍ରୀ ଲିଲିଙ୍କ ମଧ୍ୟରେ ଆଜି ପ୍ରବଳ ଝଗଡ଼ା ହୋଇଥିଲା । ସ୍ୱାମୀ କହିଥିଲେ, କାଠ ଚୁଲାରେ ରୋଷେଇ କରିବାକୁ  । ହେଲେ ଟିକେ ସହଜରେ କାମ ସାରିଦେବା ପାଇଁ ଗ୍ୟାସରେ ରୋଷେଇ କରିଦେଲେ ପତ୍ନୀ । ବାସ ! ଏହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।

ଆଉ ତା’ ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା  । ଏଥିରେ ରାଗି ଲିଲି ଘରୁ ବାହାରି ଚାଲି ଆସିଥିଲେ । ଆହୁରି ରାଗିଗଲେ ସ୍ୱାମୀ । ଏକ କଟୁରୀ ଧରି ମାରିବାକୁ ଗୋଡାଇଲେ । ଦୌଡି ପଳାଇବା ବେଳେ ଲିଲିଙ୍କ ବେକରେ ବସିଲା କଟୁରୀ ମାଡ । ଚିତ୍କାର କରି ଟଳି ପଡିଲେ ଲିଲି । ପାଟି ଶୁଣି ସାହି ଭାଇ ଲିଲିଙ୍କୁ ରକ୍ତାକ୍ତ ଅବସ୍ଥାରେ  ଧରାକୋଟ ମେଡ଼ିକାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାମୀ ମିଥୁନ ସ୍ୱାଇଁକୁ ପୁଲିସ ଗିରଫ କରିଛି । କଟୁରୀକୁ ଜବତ କରି  ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।  ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

 

Comments are closed.