ଭୁବନେଶ୍ୱର: ନଭେମ୍ବର ମାସରେ ବି ରାଜ୍ୟରେ ଉଭାନ ଶୀତ । ସ୍ବାଭାବିକ ଠାରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ । ବଢୁଛି ଦିନ ତାପମାତ୍ରା, ଅନୁଭୂତ ହେଉଛି ଗ୍ରୀଷ୍ମର ତାତି । ତେବେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଗରମ ଲାଗିରହିଛି ବୋଲି କହିଛି ପାଣିପାଗ ବିଭାଗ ।
ରାତିରେ ଥଣ୍ଡା, ଦିନରେ ପ୍ରବଳ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ସାମାନ୍ୟ ଆଶ୍ବସ୍ତି ଦେଇଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଏହିଭଳି ପାଗ । ୩ ଦିନ ପରେ ରାଜ୍ୟକୁ ପ୍ରବେଶ କରିବ ଥଣ୍ଡା ପବନ । ଏହାର ପ୍ରଭାବରେ ରାତ୍ରିରେ ତାପମାତ୍ରା କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟାରେ କୋରାପୁଟ ବନ୍ଧୁଗାଁ ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବନ୍ଧୁଗାଁ ରେ ୯୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ରେ ୮୯.୪ ମିମି ଏବଂ ମୟୂରଭଞ୍ଜ ରେ ୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
Comments are closed.