ଭୁବନେଶ୍ୱର: ମେଘାଳୟରେ ଓଡ଼ିଆ ବିଏସ୍ଏଫ୍ ଯବାନ ସଦିଦ ହୋଇଛନ୍ତି। ଯବାନ ଜଣଙ୍କ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଦଟରା ପଞ୍ଚାୟତର ମଲା ଗାଁର ପ୍ରତାପ ରଞ୍ଜନ ପରିଡ଼ା ବୋଲି ଜଣାପଡିଛି। ତାଙ୍କ ବୟସ ୫୨ ବର୍ଷ। ସୂଚନା ଅନୁସାରେ ସୁଦୂର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡ଼ିଥିଲେ। ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ। ଏକ ସାଇକେଲ୍ରେ ସୀମା ଅଞ୍ଚଳରେ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିବା ଜଣାଯାଇଛି। ପ୍ରତାପଙ୍କ ସହିଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଯବାନଙ୍କ ମୃତଦେହକୁ ରବିବାର ସନ୍ଧ୍ୟାରେ ମେଘାଳୟରୁ ଭୁବନେଶ୍ୱରକୁ ପଠାଯିବ ଏବଂ ତା’ପରେ ତାଙ୍କ ଜନ୍ମସ୍ଥାନକୁ ପଠାଯିବ। ଅନ୍ୟପଟେ ଗ୍ରାମବାସୀ କହିଛନ୍ତି ଯେ ମୃତ ଯବାନଙ୍କ ବଡ଼ ଭାଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ରେ କାମ କରୁଥିବାବେଳେ ଦୁଇ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।
Comments are closed.