Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ୩ ଦିନିଆ କେଦାରନାଥ ଗସ୍ତରେ ରାହୁଲ ଗାନ୍ଧୀ

ଡେରାଡୁନ: କେଦାରନାଥ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ଅପରାହ୍ନରେ କେଦାରନାଥରେ ପହଞ୍ଚି ବାବା କେଦାରଙ୍କୁ ଦର୍ଶନ କରିଛନ୍ତି ରାହୁଲ । ସେଠାରେ ସେ ତିନି ଦିନ ଧରି ରହିବେ । ଏଥିପାଇଁ ଗରହୱାଲ ସ୍ଥିତ ଗେଷ୍ଟ ହାଉସ ବୁକ୍ କରାଯାଇଛି । ସେଠାରେ ସେ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି ।

ଖବର ମୁତବାକ, ବର୍ତ୍ତମାନ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଜୋରଦାର ଚାଲିଥିବାବେଳେ ବର୍ତ୍ତମାନ ଏଥିରୁ ବିରତୀ ନେଇଛନ୍ତି ରାହୁଲ ଗାନ୍ଧୀ । ସେ ଆଜି ଦିଲ୍ଲୀରୁ ଜଲିଗ୍ରାଣ୍ଟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ । ଅପରାହ୍ନରେ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀ ମାନେ ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଏହାପରେ ରାହୁଲ କେଦାରନାଥ ମନ୍ଦିରରେ ପହଞ୍ଚି ବାବା କେଦାରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।

ତେବେ ରାହୁଲ ଗାନ୍ଧୀ ଦୀର୍ଘ ୮ ବର୍ଷ ପରେ ଦ୍ୱିତୀୟ ଥର ପାଇଁ କେଦାରନାଥ ଗସ୍ତ କରିଛନ୍ତି । ଏହାପୂର୍ବରୁ ୨୦୧୫ରେ ରାହୁଲ ଗାନ୍ଧୀ ପଦ ଯାତ୍ରାରେ କେଦାରନାଥକୁ ଆସିଥିଲେ । ରାହୁଲ ଗାନ୍ଧୀଙ୍କ ଏହି କେଦାରନାଥଧାମ ଯାତ୍ରା ଏକ ବ୍ୟକ୍ତିଗତ ଓ ଆଧ୍ୟାତ୍ମିକ ଯାତ୍ରା ବୋଲି କୁହାଯାଉଛି । ମଙ୍ଗଳବାର ପୂର୍ବାହ୍ନରେ ଦିଲ୍ଲୀ ଅଭିମୁଖେ ବାହାରିବେ ରାହୁଲ ।

Comments are closed.