Latest Odisha News

BREAKING NEWS

୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର : ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ଆନୁକୂଲ୍ୟରେ ଆୟୋଜିତ ୧୧ତମ ଓଡ଼ିଶୀ ରାଗ ମହୋତ୍ସବ ଓ ସମ୍ମାନ ପ୍ରଦାନ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ସଂସ୍କୃତିବିତ୍ ତଥା ପୂର୍ବତନ ଦୂରଦର୍ଶନର ଅଧ୍ୟକ୍ଷ ଶାନ୍ତନୁ ରଥ, ଶାସ୍ତ୍ରୀୟ ଓଡ଼ିଆ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ ପଣ୍ଡା, ବିଶିଷ୍ଟ ଲେଖକ ତଥା ଆବାହକ ଇନ ଇଣ୍ଟଚ, ଅନିଲ ଧର ଓ ଏକାଡେମୀର ଉପାଧ୍ୟକ୍ଷ ଶାନ୍ତନୁ କୁମାର ଆଶ୍ଚର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ଗୁରୁ କେ ରାମାରାଓ ପାତ୍ରଙ୍କୁ ଗୁରୁ ସିଂହାରୀ ସମ୍ମାନ, ବିଶିଷ୍ଟ ନୃତ୍ୟବିତ ସିକ୍ତା ଦାସଙ୍କୁ ଭାଗବତୀ ସ୍ମୃତି ସମ୍ମାନ ଏବଂ ମାତୃ ପ୍ରସାଦ ଦାଶଙ୍କୁ ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରା ଯାଇଥିଲା ।

ମୃତ୍ୟୁଞ୍ଜୟ ରଥଙ୍କ ପରିଚାଳନାରେ ଏହି ସନ୍ଧ୍ୟାରେ ଗୁରୁ ଗୋପାଳ ପଣ୍ଡା ଏକାଡ଼େମୀ ଦ୍ୱାରା ‘ ଦି କ୍ଲାସିକାଲ ଟ୍ରଏ’ ପରିବେଷିତ ହୋଇଥିଲା । ପରେ ପରେ କୁମାରୀ ଲକ୍ଷ୍ମୀପ୍ରିୟା ନାୟକ ଓ ସାଥୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ ସଙ୍ଗୀତ, ବିଦୂଷୀ ସଙ୍ଗୀତା ପଣ୍ଡା ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ଏବଂ ଭିନ୍ନ ଭିନ୍ନ ନାମରେ ଯଥାକ୍ରମେ ମଧୁବନ୍ତୀ, ପୁନ୍ନାଗ ବରାଡ଼ି, ଓ ପାନ୍ତୁଳ ବରାଡ଼ି ଆଦି ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଙ୍ଗୀତ ପ୍ରେମୀ ଯୋଗ ଦେଇଥିଲେ ।

Comments are closed.