ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନାଚ : ନାଛ ଓ କଚା : କଛା
ପୋଚ : ପୋଛ ଓ ପିଚା : ପିଛା
ନୁହଂତି ଯେଣୁ ସମାର୍ଥକ
ରହିଛି ଚ ଓ ଛ ପାର୍ଥକ୍ଯ
ଏହି ଭେଦର ବିଲୋପନ
ନୁହେ କଦାପି ସମୀଚୀନ
ଚକ : ଛକ ଓ ଚକି : ଛକି
ବିଭେଦ ପାରୁଅଛୁଁ ଦେଖି
ଲୁଚି ବେଲୁଛି ସାନ ଝୁଅ
କି
ଲୁଚି ବେଲୁଚି ସାନ ଝିଅ
କେମିତି ଲେଖିବା ବତାଅ
ଛେନା ତିଅଣ ସଂଗେ ଖାଅ
କି
ଚେନା ତର୍କାରି ସଂଗେ ଖାଅ
ଛୁଆ ଚାଲୁଛି ଧୀରେ ଧୀରେ
କି
ଚୁଆ ଚାଲୁଚି ଧିରେ ଧିରେ
କିପରି ଓଡ଼ିଆ ଲିଖନ
ପାଠକେ କରଂତି ଗ୍ରହଣ ?
ତେବେ ବି କେଜାଣେ କାହିଁକି
ଛ ପରିବର୍ତେ ଚ ଲେଖି
ଭରୁଚୁଁ ଲିପିରେ ବିକାର
ଭରୁଛୁଁ ନ କରି ସ୍ବୀକାର
ଚଣା : ଛଣା ଓ ଚାଲି : ଛାଲି
ପାର୍ଥକ୍ଯ ସ୍ବ-ଇଚ୍ଛାରେ ଭୁଲି
ଛାଂଦ କୁ କରିଦେଲେ ଚାଂଦ
ଭାବୁଁ, ଭଲ ହେବ କି ମଂଦ ?
ମୌଳିକ ବର୍ଣ ଛ ହଟିଲେ
ଛୋଟ କୁ ଚୋଟ କରିଦେଲେ
କି ହେବ ଭାଷାର ଅବସ୍ଥା
ଶାଂତ ମନରେ କରୁଁ ଚିଂତା
ଯଦି ଛ କରିବା ବର୍ଜନ
କେମିତି ଲେଖିବା ଲାଂଛନ
ଅଥବା ଲେଖିବା ଲାଞ୍ଛନ
ବାଂଛାନିଧି ହେବନି ଲେଖି
ବାଞ୍ଛାନିଧି ହେବନି ଲେଖି
ଏମିତି ଭାଷା ଚଳିବ କି ?
‘ଛଅ, ଛପନ, ଛୟାଳିଶ’
ଲେଖିବା ରୀତି ହେବ ଶେଷ
ଚଅ, ଚପନ, ଚୟାଳିଶ
ଦିଶିଲେ ମିଳିବ ସଂତୋଷ
Comments are closed.