ଭୁବନେଶ୍ୱର:ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜେଡି ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୋମବାର ଜାରି ଏକ ବିଜ୍ଞପ୍ତିରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ଥିଲେ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିବା ଜଣାଯାଇଛି । ସେ ବିଭିନ୍ନ ସମୟରେ ଦଳ ବିରୋଧରେ ଯାଇ କାମ କରୁଥିବା ଦଳ ପକ୍ଷରୁ ଅଭିଯୋଗ ହେଉଥିଲା ।
୨୦୧୪ରେ ରଘୁରାମ ଶିକ୍ଷକତା ଚାକିରି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେହିବର୍ଷ ସେ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ବିଧାୟକ ଭାବେ ଲଢି ହାରିଥିଲେ । ଏହା ପୂର୍ବରୁ ସମାନ ଅଭିଯୋଗରେ ତାଙ୍କୁ ୨୦୨୧ ଅକ୍ଟୋବରରେ ଦଳରୁ ନିଲମ୍ବିତ କରାଯାଇଥିଲା ।
BREAKING NEWS
- ତୁରନ୍ତ ମହିଳାଙ୍କ ଦାବି ମାନିଲେ ମୁଖ୍ୟମନ୍ତ୍ରୀ, ୭୧୭ଟି ମଦ ଦୋକାନ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ
- ତାମିଲନାଡୁ ରାଜନୀତିରେ ଭୂକମ୍ପ: ବିଜୟଙ୍କ TVK ସରକାରକୁ ସମର୍ଥନ କଲେ AIADMK ର ୩୦ ବିଧାୟକ
- ଗର୍ଭାବସ୍ଥାରେ ଯୋଗ କରୁଛନ୍ତି କି ? ଜାଣନ୍ତୁ କ’ଣ କରିବେ, କ’ଣ କରିବେ ନାହିଁ…
- ‘ଆଜି ରାତି ଗଲେ ପାହି ଜାଳିବ ମୋ ଜୁଇ’…ଚାଞ୍ଚଲ୍ୟ ସୃଷ୍ଟି କରୁଛି ମୃତ ସଞ୍ଜୟଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ
- ପାକିସ୍ତାନର ‘ଡବଲ ଗେମ୍’ ? ପାନେ ଦେବ ଆମେରିକା !
- ବାଲିଅନ୍ତା ହତ୍ୟା ମାମଲାରେ ଆଉ ଜଣେ ଗିରଫ, ୧୨ରେ ପହଞ୍ଚିଲା ଗିରଫଦାରୀ
- ଓଡ଼ିଶା ଆସିବେ ନୀତିନ ନବୀନ
- NEET UG 2026 ପରୀକ୍ଷା ବାତିଲ: ପୁଣିଥରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା, CBI ତଦନ୍ତ ନିର୍ଦ୍ଦେଶ
- ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା
- ଦିଲ୍ଲୀରେ ଦୁଇ ମହିଳାଙ୍କୁ ଅସଦାଚରଣ: ଚା’ ପିଉଥିବା ସମୟରେ ଡ୍ରେସ ଫାଢ଼ିଦେଲେ ଦୁର୍ବୃତ୍ତ
Comments are closed.