Latest Odisha News

BREAKING NEWS

ବାଣୀବିହାର ବିଶ୍ବବିଦ୍ୟାଳୟର ଜମି ବିଡିଏକୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟର ୨୦ ଏକର ଜମିକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ହସ୍ତାନ୍ତର କରିବା ଯୋଜନାକୁ ବିରୋଧ କରି ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ନକରି ଉପରସ୍ତରରେ ଯୋଜନା ପ୍ରସ୍ତୁତ କରା?ଊଉଥିବା ଅଭିଯୋଗ ହୋଇଛି। ଏହାସହ ବିକାଶ ନାଁରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାମାନ୍ୟ କାମ କରୁଥିବା ବେଳେ ବିଡିଏକୁ ଏକ ବଡ଼ ଅଂଶ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ବିଶ୍ୱବିଦ୍ୟାଳୟ ଗେଟ୍ ଓ କୁଳପତିଙ୍କ କାର୍ଯ୍ୟାଳୟ ନିକଟରେ ଛାତ୍ରଛାତ୍ରୀମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଳପତିଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିଡିଏ ପ୍ରବେଶ ପରେ ଛାତ୍ରଛାତ୍ରୀ ଓ କ୍ୟାମ୍ପସକୁ କିଛି ହେବ ନାହିଁ ବୋଲି ଲିଖିତ ଭାବେ କୁଳପତି ଗ୍ୟାରେଣ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ଜଣେ ଛାତ୍ରନେତା ଅଭିଯୋଗ କରିଛନ୍ତି, ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ପାର୍କ ଓ ଫୁଡ୍ ଷ୍ଟଲ୍ କରିବାକୁ ବିଡିଏ ଯୋଜନା କରିଛି। ବର୍ଷ ବର୍ଷ ଧରି କ୍ୟାମ୍ପସ ଭିତରକୁ ବାହାର ଲୋକଙ୍କ ପ୍ରବେଶକୁ ଆମେ ବିରୋଧ କରି ଆସିଛୁ। ଯଦି ବିଡିଏ ପାର୍କ ସ୍ଥାପନ କରି ଫୁଡ୍ ଷ୍ଟଲ୍ ଚଳାଇବ ତେବେ ସମସ୍ତଙ୍କ ପାଇଁ ପ୍ରବେଶ ପଥ ସୁଗମ ହେବ। ଯେତେବେଳେ ବାହାର ଲୋକ ସମସ୍ୟା ସୃଷ୍ଟି କରିବେ ସେତେବେଳେ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ରହିବ ବୋଲି ଛାତ୍ରନେତା କହିଛନ୍ତି।

ଅନ୍ୟ ଜଣେ ଛାତ୍ରନେତା ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅଧ୍ୟାପକଙ୍କ ଅଭାବ ଓ ବିଭିନ୍ନ ସୁବିଧା ସୁଯୋଗର ଅଭାବ ଯଥା ଭଲ ଭାବେ ପରିଚାଳିତ ହଷ୍ଟେଲର ଅଭାବକୁ ଦୂର କରିବା ପାଇଁ ସାମାନ୍ୟତମ ଉଦ୍ୟମ କରୁନାହାନ୍ତି। ବିଡିଏ ମାଧ୍ୟମରେ ପାର୍କ ଓ ଫୁଡ୍ ଷ୍ଟଲର ବିକାଶ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମେ ଏସବୁ ସ୍ଥିର କରନ୍ତୁ ବୋଲି ଛାତ୍ରନେତା କହିଛନ୍ତି। ଏନେଇ କୁଳପତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.