Latest Odisha News

BREAKING NEWS

ମୁମ୍ବାଇରେ ପ୍ରଦୂଷଣ ହ୍ରାସ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ, ଦୀପାବଳୀରେ ବାଣ ଫୁଟାଇବା ନେଇ ସମୟ ଧାର୍ଯ୍ୟ   

ମୁମ୍ବାଇ: ଶୀତ ପୂର୍ବରୁ ବୟୂ ପ୍ରଦୂଷଣ ଦିଲ୍ଲୀ ଏନସିଆର ରୁ ମୁମ୍ବାଇ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛି । ଏହି ଅଞ୍ଚଳର ବାୟୁରେ ବିଷାକ୍ତ ଦ୍ରବ୍ୟ ଯୋଗୁଁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଏଭଳି ପରିସ୍ଥିତିରେ ବମ୍ବେ ହାଇକୋର୍ଟ ଏହି ଘଟଣା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଗକୁ ଦୀପାବଳୀ ପାଇଁ ବାଣ ଫୁଟାଇବା ଉପରେ ଏକ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ।

ପ୍ରଦୂଷଣ ଦୃଷ୍ଟିରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ, ଦିଲ୍ଲୀ ଏନସିଆରକୁ ଟକ୍କର ଦେଉଛି । ଏହି ପ୍ରଦୂଷଣ ଏବଂ ଧୂଆଁ ଯୋଗୁଁ ବାୟୁ ବିଷାକ୍ତ ହୋଇଗଲାଣି ଏବଂ ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ ବମ୍ବେ ହାଇକୋର୍ଟ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ପ୍ରଶାସନକୁ ତୀବ୍ର ନିନ୍ଦା କରିଛନ୍ତି ।

ଏହା ସହିତ କୋର୍ଟ ମଧ୍ୟ ପର୍ବପର୍ବାଣୀରେ ଯଥା ଦୀପାବଳୀରେ ବାଣ ଫୁଟାଇବା ଉପରେ ଏକ ସମୟ ସୀମା ଧାର୍ଯ୍ୟ କରିଛନ୍ତି । କୋର୍ଟ ଦୀପାବଳୀକୁ ନଜରରେ ରଖି ସନ୍ଧ୍ୟା୭ ଟା ରୁ ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ଯେପରି ଠିକ ଭାବେ ପାଳନ ହେବ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ।

 

ସିଏସଟି (CST) ରେ ଲାଗିଥିବା ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ମିଟର ଅନୁଯାୟୀ, ମୁମ୍ବାଇ ସହରରେ ଏକ୍ୟୁଆଇ (AQI) ମଙ୍ଗଳବାର ୩୦୧ରେ ପହଞ୍ଚିଛି, ଯାହା ଲୋକଙ୍କ ପାଇଁ ଅତ୍ୟନ୍ତ ବିପଦଜନକ ଅଟେ । ଗତ କିଛି ଦିନ ପରେ, ଆଜି ମୁମ୍ବାଇର ବାୟୁ ସବୁଠାରୁ ଖରାପ ସ୍ତରରେ ରହିଛି । ମଙ୍ଗଳବାର ସାୟନରେ ୨୨୦, ମଲାଡରେ ୨୪୭, କୋଲାବାରେ ୨୦୫,ବର୍ଲିରେ ୨୩୮, ଦେବନାରରେ ୨୭୫ ଏବଂ ବିକେସି ରେ ୨୨୫ ରେକର୍ଡ କରାଯାଇଛି ।

Comments are closed.