Latest Odisha News

ରଥଯାତ୍ରାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ, ଦେବାକୁ ପଡିବନି କୌଣସି ଫି’

ପୁରୀ: ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ଖୋଲା ଥିଲା । ବାହାରୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲି ‌ଘରକୁ ଫେରୁଥିଲେ । ହେଲେ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ ବର୍ତ୍ତମାନ ଭକ୍ତଙ୍କୁ ପ୍ରବେଶ ବାରଣ କରାଯାଇଥିବାବେଳେ, ଆଗାମୀ ରଥଯାତ୍ରା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ଜରୁରୀ ବୈଠକ ପରେ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ।

ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ ବର୍ତ୍ତମାନ ଭକ୍ତଙ୍କୁ ପ୍ରବେଶ ବାରଣ ହୋଇଛି । ଆଗାମୀ ରଥଯାତ୍ରା ପୂର୍ବରୁ ଉନ୍ନତୀକରଣ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି । ଭକ୍ତ ପ୍ରବେଶ କଲେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଶ୍ରଦ୍ଧାଳୁଙ୍କ ପାଇଁ ଦୀର୍ଘ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବା ନେଇ ଖବର ପ୍ରସାରଣ ହୋଇଥିଲା । ଏହା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ବ୍ୟକ୍ତି ପିଛା ୨୦ ଟଙ୍କା ଫି ଦେବାକୁ ପଡୁଥିଲା । ହେଲେ ଏବେ ରଥଯାତ୍ରା ଠାରୁ ମନ୍ଦିରକୁ ନିଃଶୁଳ୍କ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ ।

Comments are closed.