Latest Odisha News

BREAKING NEWS

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି ଆକ୍ସନ ଡ୍ରାମାର ଷ୍ଟୋରୀ ଟାଇଗରଙ୍କୁ ପସନ୍ଦ ଆସଛି । ଫିଲ୍ମର ନିର୍ଦ୍ଦେଶନା ଶିବବ ନାୟାର ଦେବେ । ଆସନ୍ତା ବର୍ଷ ମଧ୍ୟ ଭାଗରେ ଏହି ଫିଲ୍ମ ଫ୍ଲୋରକୁ ଯିବ । ଇତି ମଧ୍ୟରେ ଟାଇଗର ହୀରୋ ନମ୍ବର ୧ ଓ ସିଂଘମ ଏଗେନ ଶୁଟିଂର କାର୍ଯ୍ୟ ଶେଷ କରି ଦେଇଥିବେ । ଟାଇଗର ଏବେ ୨୦୨୪ ଓ ୨୫ ଡେଟ ପାଇଁ ନିର୍ମାତାଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛନ୍ତି ।

ଟାଇଗର ଶୁଟିଂ ଡେଟ କନଫର୍ମ କଲେ ଆନନ୍ଦ ପଣ୍ଡିତ ତାଙ୍କ ଫିଲ୍ମର ଶୁଟିଂ ଦ୍ରୁତ ବେଗରେ ଆରମ୍ଭ କରିଦେବେ ବୋଲି ଜଣାପଡିଛି । ଏହା ଏକ ଭିନ୍ନ ଧରଣର ଆକ୍ସନ ଫିଲ୍ମ ହୋଇଥିବାରୁ ଟାଇଗରଙ୍କ ବ୍ୟତୀତ ଅନ୍ୟ କୌଣସି ହୀରୋଙ୍କୁ ସେ ନେବା ପାଇଁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଟାଇଗରଙ୍କ ବହୁ ପ୍ରତୀକ୍ଷିତ ଗଣପତ ଫିଲ୍ମ ଫ୍ଲପ ହେବା ପରେ ସେ ଭାବି ଚିନ୍ତି ଫିଲ୍ମ ସାଇନ କରୁଛନ୍ତି ।

Comments are closed.