Latest Odisha News

BREAKING NEWS

ଆନ୍ତଃଜୋନ ମହିଳା ଟି୨୦ : ପୂର୍ବାଂଚଳ ଦଳରେ ଓଡିଶାର ମାଧୂରୀ, ସୁଶ୍ରୀ

ଭୁବନେଶ୍ୱର: ଆନ୍ତଃଜୋନ ମହିଳା ଟି୨୦ ଟ୍ରଫି ଲକ୍ଷେ୍ନøରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଶୁକ୍ରବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଓଡିଶାର ଦୁଇ ଷ୍ଟାର ଖେଳାଳି ମାଧୂରୀ ମେହେଟ୍ଟା ଓ ସୁଶ୍ରି ଦିବ୍ୟଦର୍ଶିନୀଙ୍କୁ ସୁଯୋଗ ମିଳିଛି । ବେଙ୍ଗଲରୁ ସର୍ବାଧିକ ୭ଜଣ ଖେଳାଳିଙ୍କ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଦୀପ୍ତି ଶର୍ମା, ରିଚା ଘୋଷ ଓ ଟିଟାସ ସାଧୁ ରହିଛନ୍ତି । ଝାଡଖଣ୍ଡରୁ ୩ଜଣ, ଆସାମରୁ ୨ଜଣ ଓ ତି୍ରପୁରାରୁ ଜଣେ ଖେଳାଳିଙ୍କୁ ସୁଯୋଗ ମିଳିଛି ।

ରାଂଚୀରେ ନଭେମ୍ବର ୧୦ରେ ବସିଥିବା ପୂର୍ବାଂଚଳ ଚୟନ କମିଟି ବୈଠକରେ ଏହି ଦଳ ଚୂଡାନ୍ତ କରାଯାଇଥିଲା ।
ପୂର୍ବାଂଚଳ ଦଳ: ଦୀପ୍ତି ଶର୍ମା, ଧାରା ଗୁଜର, ପି୍ରୟଙ୍କା ବାଲା, ରିଚା ଘୋଷ, ସାଇକା ଇଶକ, ଟିଟାସ ସାଧୁ, ମେଟା ପାଲ, ଅଶ୍ୱିନୀ କୁମାରୀ, ମମତା ପାସୱାନ, ଇନ୍ଦ୍ରାଣୀ ରାୟ, ମାଧୂରୀ ମେହେଟ୍ଟା, ସୁଶ୍ରୀ ଦିବ୍ୟଦର୍ଶିନୀ, ଉମା କେ ଛେତ୍ରୀ, ଜିତନି ମୋନି କାଲିତା ଓ ପ୍ରିୟଙ୍କା ଆଚାର୍ଯ୍ୟ ।

Comments are closed.