Latest Odisha News

ପ୍ରେମୀଯୁଗଳଙ୍କ ବାଇକ୍‌ରେ ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍

ଅଧିକାଂଶ ଯୁବକଯୁବତୀ ବାଇକ୍‌ରେ ବସି ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍ କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ଏହି ଷ୍ଟଣ୍ଟଦେଖିବାକୁ ଯେତିକି ରୋମାଞ୍ଚକର ସେତିକି ବିପଦଜ୍ଜନକ ମଧ୍ୟ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ପ୍ରେମୀଯୁଗଳ ଏକ ସ୍ପୋର୍ଟସ ବାଇକ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌କରୁଥିବା ଦେଖାଯାଉଛି । ହେଲେ ଏହି ପ୍ରେମୀଯୁଗଳ ଷ୍ଟଣ୍ଟ୍ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହାର ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, ଏହି ପ୍ରେମୀଯୁଗଳ ଏକ ସ୍ପୋର୍ଟସ ବାଇକ୍‌ରେ ଦ୍ରୁତ ବେଗରେ ଯାଉଛନ୍ତି । ଏହି ସମୟରେ ରାସ୍ତାରେ ଷ୍ଟଣ୍ଟ୍ ଦେଖାଉଛନ୍ତି । ପ୍ରଥମେ ବାଇକ୍ ପଛରେ ବସିଥିବା ଯୁବତୀ ଜଣକ ଠିଆ ହେଉଛନ୍ତି । ତା’ପରେ ହ୍ୟାଣ୍ଡେଲ ସହିତ ବାଇକ୍ ଆଗକୁ ଉଠାଉଛନ୍ତିି । ବାଇକ୍‌ର ଆଗ ଟାୟାର ଯେପରି ପବନରେ ଉଡୁଛି ଏବଂ ସାମ୍ନାରେ ବସିଥିବା ବ୍ୟକ୍ତି ଆରାମରେ ବସିଛନ୍ତି । କିନ୍ତୁ ହଠାତ୍ ବ୍ରେକ୍ ମାରିବାରୁ ବାଇକ୍‌ଟି ଅଟକି ଯାଉଛି ଏବଂ ଦୁହେଁ ତଳେ ପଡ଼ିଯାଇ କିଛି ଦୂର ଘୋଷାଡ଼ି ହୋଇଯାଉଛନ୍ତି । ଏହି ଦୁର୍ଘଟଣା କେତେ ଭୟଙ୍କର ତାହା ଭାଇରାଲ ଭିଡିଓରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଯୁବତୀ ଜଣକ ଉଡ଼ିବାକୁ ଚାହୁଁଥିଲେ । ଆଉ କିଛି କହିଛନ୍ତି, ନିଜ ଜୀବନକୁ ବାଜି ଲଗାଇ ରାସ୍ତାରେ ଏପରି ଷ୍ଟଣ୍ଟ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.