Latest Odisha News

ଭାଗ୍ୟ ବଦଳାଇ ଦେଲା ମାଛ, ରାତାରାତି କୋଟିପତି ହୋଇଗଲେ ମତ୍ସ୍ୟଜୀବୀ

କରାଚି: ଭାଗ୍ୟ ବଦଳାଇ ଦେଲା ମାଛ। ରାତାରାତି ବନିଗଲେ କୋଟିପତି। ଆପଣ ଲଟେରୀ ମାଧ୍ୟମରେ କୋଟି କୋଟି ଜିତିବାର ଖବର ଦେଖିଥିବେ କିମ୍ବା ପଢ଼ିଥିବେ। କିନ୍ତୁ ଜଣେ ମାଛ ବିକାଳୀ ଔଷଧିୟ ଗୁଣ ଥିବା ଦୁର୍ଲଭ ମାଛ ବିକି କୋଟିକୋଟି ଟଙ୍କା କମାଇଛନ୍ତି। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ ଯେ ରାତାରାତି ୭ କୋଟି ଟଙ୍କାର ମାଲିକ ବନିଗଲେ। କାହାର ଭାଗ୍ୟ କେବେ ବଦଳିବ ତାହା ଜଣାପଡେ ନାହିଁ। ଆମେ କହୁଛୁ ପାକିସ୍ତାନର କରାଚି ସହରର ଜଣେ ମତ୍ସ୍ୟଜୀବୀଙ୍କ କଥା। ସେ ମାଛ ବିକ୍ରି କରି ରାତାରାତି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।

ଇବ୍ରାହିମ ହାଇଦ୍ରି ଗାଁର ବାସିନ୍ଦା ହାଜି ବାଲୋଚ ଓ ତାଙ୍କ ଟିମ୍ ସୋମବାର ଦିନ ଆରବ ସାଗରରୁ ସ୍ଥାନୀୟ ଭାଷାରେ ‘ସୁନା ମାଛ’ କିମ୍ବା ‘ସୋଭା’ ଧରିଥିଲେ। ‘ପାକିସ୍ତାନ ମତ୍ସ୍ୟଜୀବୀ ଲୋକ ଫୋରମ୍’ର ମୁବାରକ ଖାନ କହିଛନ୍ତି ଯେ ଶୁକ୍ରବାର ଦିନ ସକାଳେ ମତ୍ସ୍ୟଜୀବୀମାନେ ଏହି ମାଛକୁ କରାଚି ବନ୍ଦରରେ ନିଲାମରେ ପ୍ରାୟ ୭ କୋଟି ଟଙ୍କାରେ ବିକ୍ରି କରିଛନ୍ତି।

‘ସୋଭା’ ମାଛକୁ ବହୁମୂଲ୍ୟ ଓ ବିରଳ ବିବେଚନା କରାଯାଏ କାରଣ ଏହାର ପେଟରୁ ବାହାରୁଥିବା ପଦାର୍ଥର ଉତ୍ତମ ଆରୋଗ୍ୟ ଓ ଔଷଧୀୟ ଗୁଣ ରହିଛି। ମାଛରୁ ମିଳିଥିବା ସୂତା ପରି ପଦାର୍ଥ ମଧ୍ୟ ସର୍ଜରୀ ସମୟରେ ବ୍ୟବହୃତ ହୁଏ। ଏହି ମାଛ, ଯାହାର ଓଜନ ୨୦ ରୁ ୪୦ କିଲୋଗ୍ରାମ ଏବଂ ଲମ୍ବ ୧.୫ ମିଟର ପର୍ଯ୍ୟନ୍ତ ଥାଏ। ପୂର୍ବ ଏସୀୟ ଦେଶମାନଙ୍କରେ ଏହାର ଚାହିଦା ଅଧିକ। ଏହାପୂର୍ବରୁ ଜାପାନର ମାଛ ବଜାରରେ ୧୩ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ମାଛ ବିକ୍ରି ହୋଇଛି।

Comments are closed.