ଏଠାରେ ମାଆ କାଳୀଙ୍କୁ ଦିଆଯାଏନି ବଳୀ : ବୈଷ୍ଣବ ରୂପରେ ପୂଜା ପାଉଛନ୍ତି ମାଆ , ବଙ୍ଗୀୟ ସମ୍ପ୍ରଦାୟ ପରମ୍ପରାରେ ହୋଇଛି ପ୍ରତିଷ୍ଠା
ନୂଆଦିଲ୍ଲୀ : ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହି ଦିନ ମାଆ କାଳୀଙ୍କୁ ପୂଜା କରାଯାଏ। ବିହାରର ପୁର୍ନିଆରେ ମା କାଳୀଙ୍କ ଏକ ଭବ୍ୟ ମନ୍ଦିର ରହିଛି । କୁହାଯାଏ ଏହି ମନ୍ଦିରଟି ପ୍ରାୟ ୬୩ ବର୍ଷ ପୁରୁଣା । ଏହି ମନ୍ଦିରଟି ଏକ ସର୍ବ ସାଧାରଣ ମନ୍ଦିର । ଏଠାରେ ମାଆଙ୍କର ବୈଷ୍ଣବ ରୂପ ରହିଛି । ସବୁଠାରୁ ବଡ କଥା ହେଉଛି , ଏଠାରେ ମାଆଙ୍କୁ ବଳି ଦିଆଯାଏ ନାହିଁ । ମନ୍ଦିରରେ ମାଆ କାଳୀଙ୍କୁ ବୈଷ୍ଣବୀ ଖାନେ ଙ୍କ ନାମରେ ଜଣାଯାଏ ।
ମନ୍ଦିର କମିଟି ସଦସ୍ୟଙ୍କ କହିବାନୁଯାୟୀ ଏହି ମନ୍ଦିରଟି ବଙ୍ଗଳା ସମାଜ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ବଙ୍ଗଳା ସମ୍ପ୍ରଦାୟର ପରମ୍ପରାକୁ ଅନୁସରଣ କରିବା ପାଇଁ ସମସ୍ତ ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବରେ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ କାଳୀ ପୂଜାରେ ଏହି ମନ୍ଦିରରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ବିଶ୍ବାସ ରହିଛି ମାଆଙ୍କ ନିକଟକୁ ଯିଏ ଯେଉଁ ମାନସିକ ନେଇ ଆସିଛି , କେବେ ଖାଲି ହାତରେ ଫେରିନାହିଁ । କାହିଁ କେଉଁ ଦୂରରୁ ଆସି ଲୋକ ମାଆ କାଳୀଙ୍କୁ ଦର୍ଶନ କରିଥାନ୍ତି ।
Comments are closed.