ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଭୟଙ୍କର ଭୂସ୍ଖଳନ ହୋଇଛି । ନିର୍ମାଣଧୀନ ଟନେଲ ଭାଙ୍ଗି ପଡିଛି । ଫଳରେ ଟନେଲ ମଧ୍ୟରେ ୩୬ରୁ ଉର୍ଦ୍ଧ୍ବ ଶ୍ରମିକ ଫସିରହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ ବ୍ରହ୍ମଖାଲ ପୋଲଗାଓ ରାଜପଥରେ ତିନି କିଲୋମିଟର ଲମ୍ବା ଟନେଲର କାମ ଚାଲୁଥିଲା । ଯାହାର କାମ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ଯୋଜନା ରହିଥିଲା ।
ମାତ୍ର ହଠାତ୍ ଏହାର ଗୋଟିଏ ପାଖ ଭାଙ୍ଗିଯାଇଥିଲା । ଫଳରେ ସେଠାରେ କାମ କରୁଥିବା ୩୦ରୁ ଉର୍ଦ୍ଧ୍ବ ଶ୍ରମିକ ଫସିରହିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍ , ଏସଡିଆରଏଫ୍ , ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସକାଳ ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଚଳିତବର୍ଷ ମୌସୁମୀ ସମୟରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା ।
ଯେଉଁଥିରେ ଶହ ଶହ ଲୋକ ପ୍ରାଣ ହରାଇବା ସହ ବହୁ କୋଠାବାଡି, ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ଗତ ଅଗଷ୍ଟ ମାସରେ ଶିବପୁରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଯୋଗୁଁ ରୁଷିକେଶ-କର୍ଣ୍ଣପ୍ରୟାଗ ରେଳ ଲାଇନ ପ୍ରକଳ୍ପର ‘ଏଡିଟ୍-୨’ ନାମକ ଏକ ଟନେଲ ଭିତରେ ଭୂସ୍ଖଳନ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୧୧୪ଜଣ ଶ୍ରମିକ ଫସି ରହିଥିଲେ । ଉଦ୍ଧାରକାରୀ ଟିମ୍ ଏବଂ ପୋଲିସ ଫସି ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ ।
Comments are closed.