Latest Odisha News

ରହସ୍ୟମୟୀ ମନ୍ଦିର : ବନବାସ ସମୟରେ ଏଠାରେ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ ପ୍ରଭୂ ରାମଚନ୍ଦ୍ର

ନୂଆଦିଲ୍ଲୀ : ଭାରତରେ ସବୁ ଧର୍ମାବଲମ୍ବୀ ର ଲୋକ ବସବାସ କରନ୍ତି । ଏଠାରେ ଅନେକ ମଠ ମନ୍ଦିର ରହିଛି  । ଯେଉଁଠାକୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ବୁଲିବାକୁ ଆସନ୍ତି  । କିନ୍ତୁ ଏସବୁ ମନ୍ଦିର ସହିତ ରହିଛି ଏକ ରହସ୍ୟମୟୀ କାହାଣୀ  । ଯାହା ଅନେକ ଲୋକଙ୍କୁ ଅଛପା । ଝାଡଖଣ୍ଡ ରାଞ୍ଚି ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବୁଣ୍ଡୁରେ ରହିଛି ଏକ ସୂର୍ଯ୍ୟମନ୍ଦିର । ଯେଉଁଠାରେ ମର୍ଯ୍ୟାଦା ପୁରୁଷୋତ୍ତମ  ଶ୍ରୀ ରାମଚନ୍ଦ୍ର ସୂର୍ଯ୍ୟ ଭଗବାନଙ୍କ ଉପାସନା କରିଥିଲେ। ବିହାର , ୟୁପି ରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ ଶହ ଶହ ଲୋକ ଏଠାକୁ ସୂର୍ଯ୍ୟ ଭଗବାନଙ୍କର ଆର୍ଶିବାଦ ନେବାକୁ ଆସନ୍ତି ।

ଏଠାକାର ପୂଜାରୀଙ୍କ କହିବା ଅନୁଯାୟୀ ବନବାସ ସମୟରେ ପ୍ରଭୂ ରାମଚନ୍ଦ୍ର ଏଠାକୁ ଆସିଥିଲେ । ସେହି ସମୟରେ ରାକ୍ଷସ ମାନଙ୍କର ଆତଙ୍କ ଚାଲିଥିଲା । ରାକ୍ଷସ ମାନଙ୍କୁ ହତ୍ୟା କରିବା ପାଇଁ ପ୍ରଭୂ ରାମଚନ୍ଦ୍ର ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ । ଏବଂ ସୂର୍ଯ୍ୟଦେବଙ୍କ କୃପାରୁ ସେ ରାକ୍ଷସ ମାନଙ୍କୁ ବଦ୍ଧ କରି ଲୋକଙ୍କୁ ସୁରକ୍ଷା ଦେଇଥିଲେ । କୁହାଯାଏ ଏହି ସ୍ଥାନଟି ଅତ୍ୟନ୍ତ ପବିତ୍ର । ବିଶ୍ବାସ ରହିଛି ଯିଏ ଶୁଦ୍ଧପୁତ ମନରେ ମାନସିକ ନେଇ ସୂର୍ଯ୍ୟଦେବଙ୍କ ନିକଟକୁ ଆସେ , ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ  । ଆହୁରି ମଧ୍ୟ କୁହାଯାଏ ଏଠାରେ ବିଭିନ୍ନ ପ୍ରକାରର ଚର୍ମ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

Comments are closed.