Latest Odisha News

ୱାର-୨ରେ ଆଲିଆଙ୍କ ଏଣ୍ଟ୍ରି, ଖୁବ୍‌ଶୀଘ୍ର ହେବ ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହେଁ ହିନ୍ଦୀ ଫିଲ୍ମ ୱାରର ସିରିଜ ୱାର-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । କୁହାଯାଉଛି ଟ୍ରିପଲ ଆର ପରେ ଆଲିଆ ଏବଂ ଜୁନିୟର ଏନଟିଆରଙ୍କ ଅଭିନୟ ପୁଣି ଦର୍ଶକଙ୍କୁ ଭାବପ୍ରବଣ କରିବାର ଖୋରାକ ଯୋଗାଇବ । ତେବେ ଏହି ଫିଲ୍ମର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

ଦିପିକା ପାଦୁକୋନ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି । ଏହି ସ୍ପାଏ ଥ୍ରୀଲରରେ ଦିପିକାଙ୍କ ରୋଲ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଆଲିଆ ଦିପିକାଙ୍କ ଭଳି ଭୂମିକାରେ ନଜର ଆସିବେ ନାହିଁ । ତାଙ୍କର ରୋଲ ସଂକ୍ଷିପ୍ତ ଥିବା କୁହାଯାଉଛି । ମାତ୍ର ବର୍ତ୍ତମାନ ସୁଦ୍ଧା ପ୍ରଡକ୍ସନ ହାଉସ ପକ୍ଷରୁ ଏସମ୍ପର୍କିତ ସୂଚନା ନେଇ କିଛି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ତେବେ ନିର୍ମାତା ଉଭୟ ଅଭିନେତ୍ରୀଙ୍କ ସହିତ ଆଲୋଚନା କରିଥିବା ବିଶେଷ ସୂତ୍ରରୁ ଖବର ମିଳିଥିବା ବଲିଉଡରେ ଚର୍ଚ୍ଚା ହେଉଛି ।

Comments are closed.