Latest Odisha News

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୪ ଫୁଟ ଲମ୍ବର କୁମ୍ଭୀର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହେବା ସହ, ନଦୀରେ ରହିଥିବା ଅନ୍ୟ କୁମ୍ଭୀରକୁ ଧରିବା ପାଇଁ ବାରମ୍ବାର ଅଭିଯୋଗ ପରେ ବି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରି ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ ଏହି ନଦୀରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି କୁମ୍ଭୀର ଆତଙ୍କ ଖେଳାଇଛି । ଯାହା ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇ ନଦୀକୁ ଯାଉ ନାହାନ୍ତି । କିଛି ଛେଳି ଏବଂ ଗୋରୁ କୁ କୁମ୍ଭୀର ମାରି ଖାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ବାରମ୍ବାର ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ବନବିଭାଗ ଘଟଣାସ୍ଥଳକୁ ଯାଇନାହିଁ କି କୁମ୍ଭୀରକୁ ଧରିବା ପାଇଁ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରି ନଥିଲା ।

ଏହି ନଦୀରେ ଦୁଇ ରୁ ତିନୋଟି କୁମ୍ଭୀର ବୁଲୁଥିବା ଗ୍ରାମବାସୀ ଦେଖିଥିବା ବେଳେ ଆଜି ମାଛ ଧରିବା ବେଳେ ଗୋଟିଏ କୁମ୍ଭୀର ଜାଲରେ ଲାଗିବା ପରେ ଗ୍ରାମବାସୀ ବନବିଭାଗ କୁ ଖବର ଦେଇଥିଲେ । ତେବେ ଅନ୍ୟ କୁମ୍ଭୀର କୁ ଧରିବା ପାଇଁ ଗ୍ରାମବାସୀ ଦାବି କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed.