Latest Odisha News

‘କହୋ ନା ପ୍ୟାର୍ ହେ’ ମିଳିଥିଲେ ମୁଁ ଅମିଷାଙ୍କଠାରୁ ଭଲ ଅଭିନୟ କରିଥାନ୍ତି: ଏମିିତି କହିଲେ କରୀନା

ମୁମ୍ବାଇ: ‘କହୋ ନା ପ୍ୟାର୍ ହେ’ରେ ମୋତେ ଅଭିନୟ ପାଇଁ ସୁଯୋଗ ମିଳି ନ ଥିଲା । ହେଲେ ଏହି ସୁଯୋଗ ମିଳିଥିଲେ ମୁଁ ଅଭିନେତ୍ରୀ ଅମିଷା ପଟେଲଙ୍କଠାରୁ ବହୁତ ଭଲ କରିପାରିଥାନ୍ତି । ଦର୍ଶକ ବି ମୋ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତେ । ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ବଲିଉଡ଼ ଅଭିନେତ୍ରୀ କରିନା କପୁର ।

ବଲିଉଡ ଅଭିନେତ୍ରୀ କରୀନା କପୁର ଓ ଅମିଷା ପଟେଲଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ନୂଆ ନୁହେଁ । ‘କହୋ ନା ପ୍ୟାର୍ ହେ’ ଫିଲ୍ମ ପରଠାରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା, ଯାହା ଏବେ ବି ରହିଛି । ଏହାକୁ ପ୍ରମାଣ କରିଛନ୍ତି କରୀନା । ‘କଫି ଉଇଥ୍ କରଣ ସିଜିନ୍‌-୮’କୁ ଆସି କରୀନା ଏହା ପ୍ରମାଣ କରି ଦେଇଛନ୍ତି ଯେ, ସେ ଏବେ ବି ଅମିଷାଙ୍କ ସହ କଥା ହେଉନାହାନ୍ତି । ତାଙ୍କ ସହ ଜଡ଼ିତ ଏକ ପ୍ରଶ୍ନ ସୋ’ର ହୋଷ୍ଟ କରଣ ଜୋହର ପଚାରିବାରୁ ଏହାର ଉତ୍ତର ଦେଇ ନ ଥିଲେ କରୀନା । ତେବେ ଦୁହିଁଙ୍କ ମଧ୍ୟରେ କ’ଣ ହୋଇଥିଲା ସେନେଇ ଜାଣନ୍ତୁ ।

କରିନା ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ କହିଥିଲେ ଯେ, ‘କହୋ ନା ପ୍ୟାର ହେ’ରୁ ବାଦ୍ ପଡ଼ିବା ଏବଂ ଅମିଷାଙ୍କ ସହ ଝଗଡ଼ା ବିଷୟରେ କହିଥିଲେ । ସେ କହିଥିଲେ ଯେ, ଏହି ଚଳଚ୍ଚିତ୍ର ହ୍ରିତିକଙ୍କ ପାଇଁ ନିର୍ମିତ ହୋଇଥିଲା ଏବଂ ତାଙ୍କ ବାପା ରାକେଶ ?ରୋଶନ, ଅମିଷାଙ୍କ ଉପରେ ସେତେ ଗୁରୁତ୍ୱ ଦେଇ ନ ଥିଲେ । ଫିଲ୍ମରେ କିଛି ଦୃଶ୍ୟ ଅଛି ଯେଉଁଥିରେ ଅମିଷାଙ୍କ ମୁହଁରେ ବ୍ରଣ ଏବଂ ଆଖି ତଳେ କଳା ଦାଗ ଦିଶୁଛି । ଅମିଷାଙ୍କ ବଦଳରେ ମୁଁ ଥିଲେ ଫିଲ୍ମ ଆହୁରି ଭଲ ହୋଇଥାନ୍ତା ।

କରିନାଙ୍କ ଏହି ଜବାବରେ ଅମିଷା କହିଥିଲେ, କରୀନା କହିଥିଲେ ଯେ ଯଦି ସେ ‘କହୋ ନା ପ୍ୟାର ହେ’ କରିଥାନ୍ତେ ତେବେ ସେ ମୋ ଅପେକ୍ଷା ଭଲ କାମ କରିଥାନ୍ତେ । କିନ୍ତୁ ଅସଲ କଥା ହେଲା ସୋନିଆ ହେଉଛି ମୁଁ । ମୁଁ ଚରିତ୍ରକୁ ନ୍ୟାୟ ଦେଇଥିଲି ଏବଂ ଫିଲ୍ମଟି ଏକ ହିଟ୍ ଥିଲା । ଏହାକୁ କେହି ଏଡାଇ ପାରିବେ ନାହିଁ ।

Comments are closed.