Latest Odisha News

ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରାବୋଇ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ଆଇଟି (IT)ର ଦ୍ବିତୀୟ ବର୍ଷର ଛାତ୍ରୀ ସମ୍ପର୍ଣ୍ଣା ମହାନ୍ତି । ତେବେ ଏହା ଆତ୍ମହତ୍ୟା ନୁହଁ ତାଙ୍କୁ କେହ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ସନ୍ଦୀପ ମହାନ୍ତିଙ୍କ ଝିଅ ସାରା ସମ୍ପୂର୍ଣ୍ଣା ମହାନ୍ତି ଜଟଣୀ ନିକଟ ଟାଇଟ ଇଞ୍ଜିନିୟରିଂ କଲେଜର ଆଇଟି ବିଭାଗରେ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ । ଆଜି ହଷ୍ଟେଲ ଭିତରେ ଏକ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସମ୍ପୂର୍ଣ୍ଣାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ, ମୋ ଝିଅକୁ କେହି ହତ୍ୟା କରିଥିବା କହିଛନ୍ତି ବାପା ସନ୍ଦୀପ ମହାନ୍ତି । ଗତକାଲି ଓ ଆଜି ଝିଅ ଭିଡିଓ କଲରେ ପରିବାର ଲୋକଙ୍କ ସହ ଭଲରେ କଥା ହୋଇଥିବା କହିଛନ୍ତି ସମ୍ପୂର୍ଣ୍ଣାଙ୍କ ବାପା ।

ତେବେ ମୃତ ଛାତ୍ରୀଙ୍କ ବେକରେ ଓ ଗୋଡରେ ଏକାଧିକ ଦାଗ ଥିବା ହେତୁ ଏହା ଆକତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ପରିବାର ଲୋକେ । ତେବେ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଥିବାବେଳେ ପୋଷ୍ଟମର୍ଟମ ପରେହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Comments are closed.