ନୂଆଦିଲ୍ଲୀ: ତେଜିଲା ଦିଲ୍ଲୀ ସରକାରରେ ଥିବା ମୁଖ୍ୟ ସଚିବ ନରେଶକୁମାରଙ୍କ ପୁଅ ସହ ଜଡିତ ଦୁ୍ର୍ନୀତି ମାମଲା । କେଜରିୱାଲ ସରକାରରେ ଥିବା ଭିଜିଲାନ୍ସ ମନ୍ତ୍ରୀ ଆତିଶ ସିଂହ ପ୍ରାଥମିକ ଯାଞ୍ଚ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ମୁ୍ଖ୍ୟ ଶାସନ ସଚିବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଅଣାଯାଇଛି । ରିପୋର୍ଟରେ ନିଜ ପୁଅକୁ ଦୁର୍ନୀତିରେ ସହଯୋଗ କରିଥିବା ନେଇ ମୁଖ୍ୟ ସଚିବଙ୍କ ବିରୋଧରେ ଅଭିଯୋଗ ରହିଛି ।
ସୂଚନାଥାଉ କି, ଦ୍ୱାରକା ଏକ୍ସପ୍ରସେୱେ ପ୍ରେଜେକ୍ଟରେ ଜମି ଅଧିଗ୍ରହଣ ମାମଲାରେ ଅନିୟମିତତା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା । ଏହି ମାମଲାର ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆତିଶୀ ସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗରେ କୁହାଯାଇଥିଲା, ମୁଖ୍ୟ ସଚିବ ନରେଶ କୁମାରଙ୍କ ପୁଅକୁ ଏପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟ ଚାକିରୀରେ ରଖିଥିଲେ ଯାହାକୁ ସଡକ ପରିଯୋଜନା ପାଇଁ ଅଧିଗ୍ରହଣ କରଯାଉଥିବା ଜମିପାଇଁ ଯଥେଷ୍ଟ ଅଧିକ କ୍ଷତିପୂରଣ ଦିଆ ଯାଇଥିଲା ।
ସୂଚନାଥାଉ କି, ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଦ୍ୱାରା ଅଧିଗ୍ରହଣ ହୋଇଥିବା ବାମନୋଳୀରେ ୧୯ ଏକର ଜମିକୁ ଗତ ମେ’ ମାସରେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ହେମନ୍ତ କୁମାର ୪୧ କୋଟିରୁ ବୃଦ୍ଧି କରି ୩୫୩ କୋଟିରେ ଦେଇଥିଲେ । ପରେ ଗୃହ ମନ୍ତ୍ରାଳୟ ହେମନ୍ତ କୁମାରଙ୍କୁ ନିଲମ୍ବିତ କରିଥିଲା । ଏହି ମାମଲାର ଭିଜିଲାନ୍ସ ତଦନ୍ତ ହୋଇଥିଲା । ଏଥିରୁ ପରେ ଜଣାପଡିଥିଲା, ମୁଖ୍ୟ ସଚିବଙ୍କ ପୁଅର କମ୍ପାନୀକୁ ୮୫୦ କୋଟିର ଲାଭ ବେଆଇନ ଭାବେ ଦିଆ ଯାଇଛି ।
ନରେଶଙ୍କ ପୁଅଙ୍କ କମ୍ପାନୀ ଦ୍ୱାରକା ଏକ୍ସପ୍ରେସ ପାଖରେ ୨୦୧୫ରେ ଏକ ଜମି ୭୫ ଲକ୍ଷରେ କିଣିଥିଲା । ପରେ ଏହି ଜମିକୁ ଅଧିକ ଦାମରେ କିଣାଯାଇଥିଲା । କମ୍ପାନୀକୁ ୮୫୦ କୋଟିର ଲାଭ ବେଆଇନ ଭାବେ ପ୍ରଦାନ କରାଯାଇଥିବା ଯାଞ୍ଚରୁ ଧରାପଡିଛି ।
Comments are closed.